ଜାତୀୟ ପତାକା ଅର୍ଦ୍ଧନମିତ ନ କରି ସ୍କୁଲ ଅଧ୍ୟକ୍ଷ ଗିରଫ

0

ଗୁଆହାଟି : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ବିୟୋଗରେ ରାଷ୍ଟ୍ରୀୟ ଶୋକ ପାଳନବେଳେ ଜାତୀୟ ପତାକା ଅର୍ଦ୍ଧନମିତ କରିବା ପାଇଁ ସରକାରୀ ନିର୍ଦେଶାନାମା ଥିବା ସତ୍ତ୍ୱେ ଏହାକୁ ଉଲ୍ଲଙ୍ଘନ କରିବା ଅଭିଯୋଗରେ ଆସାମର ମୋରର୍ଗାଠାରେ ଥିବା ସେଣ୍ଟ ଇୟୁଜିନ ଇଂଲିଶ ମିଡିୟମ ସ୍କୁଲର ଅଧ୍ୟକ୍ଷ ଫାଦର ଜେମ୍‌ସଙ୍କୁ ଗିରଫ କରାଯାଇଛି। ଏ ନେଇ ଡେପୁଟି ସୁପରିଟେଣ୍ଡେଣ୍ଟ ମୃଣ୍ମୟୀ ଗୌସ୍ୱାମୀ କହିଛନ୍ତି ଯେ ଫାଦର ଜେମ୍‌ସଙ୍କୁ ଗିରଫ କରାଯାଇଛି। ଜାତୀୟ ପତାକାକୁ ଅବମାନନା କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇ ମୋରିଗାଁ ଥାନା ହାଜାତକୁ ପଠାଇ ଦିଆଯାଇଛି। ମୃଣ୍ମୟୀ ଗୌସ୍ୱାମୀଙ୍କଠାରୁ ପ୍ରକାଶ ଯେ ଗୁରୁବାର ସନ୍ଧ୍ୟା ୬ଟା ବେଳେ ଫାଦର ଜେମ୍‌ସଙ୍କୁ ଗିରଫ କରାଯାଇଛି। ସୂଚନାଯୋଗ୍ୟ ଯେ ବାଜପେୟୀଙ୍କ ପରଲୋକ ପରେ କେନ୍ଦ୍ର ସରକାର ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଥିଲେ। ଗୃହମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ଏକ ବିଜ୍ଞପ୍ତି ଜାରି କରାଯିବା ପୂର୍ବକ ସମଗ୍ର ଦେଶରେ ଜାତୀୟ ପତାକା ଅର୍ଦ୍ଧନମିତ ରଖିବା ପାଇଁ ନିର୍ଦେଶ ଦିଆଯାଇଥିଲା।

Leave A Reply