ଆମେରିକାରୁ ଫେରିଲେ ଜେଟଲୀ

0

ନୂଆଦିଲ୍ଲୀ : କିଡନୀ ରୋଗରେ ପୀଡ଼ିତ ପ୍ରମୁଖ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ ଆମେରିକାରୁ ଚିକିତ୍ସା ​‌େଶଷ କରି ଫେରିଛନ୍ତି। ଏ ସମ୍ବନ୍ଧରେ ସେ ନିଜେ ଟ୍ବିଟର ଯୋଗେ ସୂଚନା ପ୍ରଦାନ କରିଛନ୍ତି। ଜାନୁଆରୀରେ ତତ୍‌କାଳୀନ ଅର୍ଥମନ୍ତ୍ରୀ ଥିବା ଜେଟଲୀ ହଠାତ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଆମେରିକା ଗସ୍ତ କରିଥିଲେ। ଫେବୃଆରୀ ୧ରେ ସେ ଅନ୍ତରୀଣ ବଜେଟ ଉପସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଥିଲା। ମାତ୍ର ତାଙ୍କ ଅନୁପସ୍ଥିତିରେ କେନ୍ଦ୍ରମନ୍ତ୍ରୀ ପୀୟୂଶ ଗୋୟଲଙ୍କୁ ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଥିଲା। ଗୋୟଲ ଫେବୃଆରୀ ୧ରେ ଲୋକସଭାରେ ଅନ୍ତରୀଣ ବଜେଟ ଉପସ୍ଥାପନ କରିଥିଲେ। କାର୍ଯ୍ୟକ୍ଷେତ୍ରରୁ ଦୂରରେ ରହିବା ସତ୍ତ୍ବେ ଜେଟଲୀ ବ୍ଲଗ, ଭିଡିଓ କନ୍‌ଫରେନ୍ସିଂ ଏବଂ ଟ୍ବିଟର ମାଧ୍ୟମରେ ରାଜନୈତିକ ମନ୍ତବ୍ୟ ଦେବା ଜାରି ରଖିଥିଲେ।

Leave A Reply