ଜାତୀୟ ଅନ୍ଲାଇନ କୌତୂକ ପୋଷାକ ପ୍ରତିଯୋଗିତାର ଫଳାଫଳ

ରାଉରକେଲା : ବେବି ବିଙ୍ଗୋ ପ୍ଲେ ସ୍କୁଲ ଓ ଶ୍ରୀ ଶ୍ରୀ ଶିରିଡି ସାଇ ଚାରିଟେବୁଲ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ଶିରିଡି ସାଇ ବାବା ଓ ତାଙ୍କର ଅନନ୍ୟ ଭକ୍ତମାନଙ୍କ ଉପରେ ଯେଉଁ ଜାତୀୟସ୍ତରୀୟ ଅନ୍ଲାଇନ୍ ଫେନ୍ସୀ ଡ୍ରେସ ପ୍ରତିଯୋଗିତା କରାଯାଇଥିଲା ତାହାର ଫଳାଫଳ ପ୍ରକାଶ ପାଇଛି I ସେଥିରେ ଛତିଶଗଡ଼ର ରାଇଗଡ଼ ସହରର ଜିନ୍ଦଲ ସ୍କୁଲରୁ ସାଁଭି ଶ୍ରେୟା ମହାନ୍ତି, କଟକର ଏଲ.ଆର ଡିଏଭି ପବ୍ଲିକ ସ୍କୁଲରୁ ଭୁମିକା ମହାନ୍ତି, ରାଉରକେଲାର ଡିଏଭି ପବ୍ଲିକ ସ୍କୁଲରୁ ସିଦ୍ଧାର୍ଥ କୁମାର ପଣ୍ଡା, ଭୁବନେଶ୍ୱରର ଶିବାନନ୍ଦ ପବ୍ଲିକ ସ୍କୁଲରୁ ରାଜଦୀପ ସାହୁ, ରାଉରକେଲାର ଆର୍ଣ୍ଣନଲଡ଼ ସ୍କୁଲରୁ ଦିଶାନ୍ତ ମହାନ୍ତି, କେନ୍ଦ୍ରୀୟ ବିଦ୍ୟାଳୟରୁ ଅନିଶା ମହାନ୍ତି, ରାଜଗାଙ୍ଗପୁର ନିର୍ମଳା ଇଂଲିଶ ସ୍କୁଲରୁ ସୁଦିକ୍ଷା ନନ୍ଦ ଓ କଟକର ଜୋସେଫ ଗାର୍ଲସ ସ୍କୁଲରୁ ଭବ୍ୟା ମହାନ୍ତି ଯୋଗ୍ୟ ବିବେଚିତ ହୋଇଛନ୍ତି I