କୋଭିଡ ଆରୋଗ୍ୟ ହାର ୯୭.୩୨ ପ୍ରତିଶତ : ସକ୍ରିୟ ଆକ୍ରାନ୍ତ ହାର ୧.୨୫%

ନୂଆଦିଲ୍ଲୀ : ଦେଶରେ କୋଭିଡ ଆରୋଗ୍ୟ ହାର ୯୭.୩୨ ପ୍ରତିଶତକୁ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଗତ ୨୪ ଘଣ୍ଟା ମଧ୍ୟରେ ୧୧ ହଜାର ୯୮୭ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏଥିସହ କୋଭିଡ ଆରୋଗ୍ୟଙ୍କ  ସଂଖ୍ୟା ୧ କୋଟି ୬ ଲକ୍ଷ ୫୬ ହଜାର ୮୪୫ରେ ପହଞ୍ଚିଛି ।
ସେହିପରି ଗତ ୨୪ଘଣ୍ଟା ମଧ୍ୟରେ ୧୨ ହଜାର ୮୮୧ ଜଣ ନୂଆ ସଂକ୍ରମିତ ହୋଇଥିବା ରିପୋର୍ଟ ମିଳିଛି । ଫଳରେ ଦେଶରେ କୋଭିଡ ସଂକ୍ରମଣ ୧ କୋଟି ୯ ଲକ୍ଷ ୫୦ ହଜାର ୨୦୧ ରହିଛି । ମନ୍ତ୍ରଣାଳୟ କହିଛି ଗତ ୨୪ଘଣ୍ଟା ଭିତରେ ୧୦୧ ଜଣଙ୍କର ମୃତ୍ୟୁ ଘଟିଛି ।ଫଳରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୫୬ ହଜାର ୧୪ରେ ପହଞ୍ଚିଛି । ଦେଶରେ କରୋନା ମୃତ୍ୟୁ ହାର ୧.୪୭ ପ୍ରତିଶତ ରହିଛି ।ଅନ୍ୟପକ୍ଷରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୩୭ ହଜାର ୩୪୨ ରହିଛି । ମୋଟ ଆକ୍ରାନ୍ତଙ୍କ ତୁଳନାରେ ସକ୍ରିୟ ହାର ୧.୨୫ ପ୍ରତିଶତ ରହିଛି ।ଆଜି ପୂର୍ବାହ୍ନ ସୁଦ୍ଧା ଦେଶରେ ୯୪ଲକ୍ଷ ୨୨ ହଜାର ୨୨୮ ଜଣଙ୍କୁ କୋବିଡ ପ୍ରତିଷେଧକ ଟିକା ଦିଆଯାଇସାରିଲାଣି ।

Comments are closed.