କୋଭିଡ଼ ଆରୋଗ୍ୟ ହାର ୯୬.୭୫ ପ୍ରତିଶତକୁ ବୃଦ୍ଧି : ମୃତ୍ୟୁସଂଖ୍ୟା ୧ ଲକ୍ଷ ୫୩ ହଜାର ୩୨

ନୂଆଦିଲ୍ଲୀ : ଦେଶରେ କୋଭିଡ଼ ଆରୋଗ୍ୟ ହାର ୯୬.୭୫ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୮ ହଜାରରୁ ଊର୍ଦ୍ଧ୍ବ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ମନ୍ତ୍ରଣାଳୟ କହିଛି, ଦେଶରେ କୋଭିଡ୍‍ରୁ ଆରୋଗ୍ୟ ହୋଇଥିବା ଲୋକଙ୍କ ସଂଖ୍ୟା ୧ କୋଟି ୨ ଲକ୍ଷକୁ ଅତିକ୍ରମ କରିଯାଇଛି। ଦେଶରେ ଚିକିତ୍ସିତ ହେଉଥିବା ସଂକ୍ରମିତମାନଙ୍କ ସଂଖ୍ୟା ୧ ଲକ୍ଷ ୮୮ ହଜାର ରହିଛି, ଯାହା ମୋଟ୍‍ ସଂକ୍ରମଣର ୧.୭୮%।
ମନ୍ତ୍ରଣାଳୟ କହିଛି, ଗତ ୨୪ ଘଣ୍ଟା ମଧ୍ୟରେ ୧୪ ହଜାର ୫୪୫ ଜଣ ଲୋକ କୋଭିଡ଼ରେ ସଂକ୍ରମିତ ହୋଇଛନ୍ତି। ଫଳରେ ଦେଶରେ କୋଭିଡ଼ ସଂକ୍ରମଣ ୧ କୋଟି ୬ ଲକ୍ଷ ୨୫ ହଜାର ରହିଛି। ଆଉ ୧୬୩ ଜଣଙ୍କର ମୃତ୍ୟୁ ଘଟିବାରୁ କୋବିଡ୍‍ ମୃତ୍ୟୁସଂଖ୍ୟା ୧ ଲକ୍ଷ ୫୩ ହଜାର ୩୨ରେ ପହଞ୍ଚିଛି। ଆଇସିଏମ୍‍ଆରରୁ ମିଳିଥିବା ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟା ଭିତରେ ୮ ଲକ୍ଷ ନମୁନା ପରୀକ୍ଷା କରାଯାଇଛି। ଏଥିସହିତ ଏପର୍ଯ୍ୟନ୍ତ ୧୯ କୋଟିରୁ ଅଧିକ ନମୁନା ପରୀକ୍ଷା କରାଯାଇଛି।

Comments are closed.