କୋଭିଡ ଆରୋଗ୍ୟ ହାର ୯୪.୯୮ ପ୍ରତିଶତ : ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୩ ହଜାର ୩୫୫

ନୂଆଦିଲ୍ଲୀ : ଦେଶରେ କୋଭିଡ ଆରୋଗ୍ୟ ହାର ୯୪.୯୮ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୩୦ ହଜାର ୬୦୫ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏଥିସହିତ ଦେଶରେ କୋଭିଡ୍ରୁ ଆରୋଗ୍ୟ ହୋଇଥିବା ଲୋକଙ୍କ ସଂଖ୍ୟା ୯୩ ଲକ୍ଷ ୮୮ ହଜାର ୧୫୯ରେ ପହଞ୍ଚିଛି।
ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୨୭ ହଜାର ୭୧ ଜଣ ନୂଆ ଲୋକ ସଂକ୍ରମିତ ହୋଇଥିବା ରିପୋର୍ଟ ମିଳିଛି। ଏଥିସହିତ ଦେଶରେ ମୋଟ୍ ସଂକ୍ରମଣ ୯୮ ଲକ୍ଷ ୮୪ ହଜାର ୧୦୦ ରହିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଗତ ୨୪ ଘଣ୍ଟା ମଧ୍ୟରେ ୩୩୬ ଜଣ ଲୋକଙ୍କର କୋଭିଡରେ ମୃତ୍ୟୁ ଘଟିଥିବା ଜଣାପଡିଛି କରିଛନ୍ତି। ଫଳରେ ଦେଶରେ କୋଭିଡ ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୩ ହଜାର ୩୫୫ରେ ପହଞ୍ଚିଛି। ଦେଶରେ ୩ ଲକ୍ଷ ୫୨ ହଜାର ୫୮୬ ଜଣ ସକ୍ରିୟ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି। ଅନ୍ୟପକ୍ଷରେ ଆଇସିଏମ୍ଆର୍ କହିଛି, ଗତକାଲି ସୁଦ୍ଧା ୧୫ କୋଟି ୪୫ ଲକ୍ଷ ୬୬ ହଜାର ୯୯୦ଟି ନମୁନା ପରୀକ୍ଷା କରାଯାଇଛି। ତାହା ମଧ୍ୟରୁ କେବଳ ଗତକାଲି ୮ ଲକ୍ଷ ୫୫ ହଜାର ୧୫୭ଟି ନମୁନା ପରୀକ୍ଷା କରାଯାଇଛି।