କୋଭିଡ୍‍ ଆରୋଗ୍ୟ ହାର ୯୪.୯୩ ପ୍ରତିଶତ : ସଂକ୍ରମିତଙ୍କ ସଂଖ୍ୟା ୯୮ ଲକ୍ଷ ୫୭ ହଜାର ୨୯

ନୂଆଦିଲ୍ଲୀ :  ଦେଶରେ କୋଭିଡ୍‍ ଆରୋଗ୍ୟ ହାର ୯୪.୯୩ ପ୍ରତିଶତକୁ ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୩୩ ହଜାରରୁ ଅଧିକ ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି। ଏହାସହିତ ଦେଶରେ ମୋଟ୍‍ ଆରୋଗ୍ୟଙ୍କ ସଂଖ୍ୟା ୯୩ ଲକ୍ଷ ୫୭ ହଜାରରେ ପହଞ୍ଚିଛି।
ଅନ୍ୟପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ୩୦ ହଜାର ୨୫୪ ଜଣ ନୂଆ ସଂକ୍ରମିତ ଚିହ୍ନଟ ହେବା ସହ ଦେଶରେ ମୋଟ୍‍ ସଂକ୍ରମିତଙ୍କ ସଂଖ୍ୟା ୯୮ ଲକ୍ଷ ୫୭ ହଜାର ୨୯ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩୯୧ ଜଣଙ୍କର ମୃତ୍ୟୁ ଘଟିବା ସହ ଦେଶରେ କରୋନାଜନିତ ମୃତ୍ୟୁସଂଖ୍ୟା ୧ ଲକ୍ଷ ୪୩ ହଜାର ୧୯କୁ ବୃଦ୍ଧି ପାଇଛି। ଦେଶରେ ମୋଟ୍‍
ଚିକିତ୍ସିତ ହେଉଥିବା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୫୬ ହଜାର ୫୪୬ ରହିଛି।

ଆଇ.ସି.ଏମ୍‍.ଆର୍‍. କହିଛି, ଗତକାଲି ୧୦ ଲକ୍ଷ ୧୪ ହଜାର ୪୩୪ଟି ନମୁନା ପରୀକ୍ଷା କରାଯିବା ସହ ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ୍‍ ୧୫ କୋଟି ୩୭ ଲକ୍ଷ ୧୧ ହଜାର ୮୩୩ଟି ନମୁନା ପରୀକ୍ଷା କରାଯାଇ ସାରିଛି।

Comments are closed.