କୋଭିଡ୍‍ ଆରୋଗ୍ୟ ହାର ୯୪.୮୯ ପ୍ରତିଶତ : ମୋଟ୍‍ ସଂକ୍ରମିତଙ୍କ ସଂଖ୍ୟା ୯୮ ଲକ୍ଷ ୨୬ ହଜାର

ନୂଆଦିଲ୍ଲୀ :  ଦେଶରେ କୋଭିଡ୍‍ ଆରୋଗ୍ୟ ହାର ୯୪.୮୯ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ୨୪ଘଣ୍ଟା ଭିତରେ ଆଉ ୩୩ ହଜାର ୪୯୪ ଲୋକ ଆରୋଗ୍ୟଲାଭ କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ମୋଟ୍‍ ଆରୋଗ୍ୟଙ୍କ ସଂଖ୍ୟା ୯୩ ଲକ୍ଷ ୨୪ ହଜାରକୁ ଅତିକ୍ରମ କରିଯାଇଛି। ଫଳରେ ଚିକିତ୍ସିତ ହେଉଥିବା ସଂକ୍ରମିତମାନଙ୍କ ସଂଖ୍ୟା ମୋଟ୍‍ ସଂକ୍ରମଣର ୩.୬୬ % ରହିଛି।

ଦେଶରେ ୩ ଲକ୍ଷ ୫୯ହଜାର ୮୧୯ଜଣ ସକ୍ରିୟ ଲୋକ ଚିକିତ୍ସିତ ହେଉଛନ୍ତି। ଗତ ୨୪ଘଣ୍ଟା ମଧ୍ୟରେ ୩୦ହଜାର ୫ଜଣ
ନୂଆ ଲୋକ ସଂକ୍ରମିତ ହୋଇଥିବାର ରିପୋର୍ଟ ମିଳିଛି। ଏଥିସହିତ ମୋଟ୍‍ ସଂକ୍ରମିତଙ୍କ ସଂଖ୍ୟା ୯୮ ଲକ୍ଷ ୨୬ ହଜାରକୁ ଟପିଯାଇଛି। ମନ୍ତ୍ରଣାଳୟ କହିଛି ସରକାରଙ୍କ ନିୟମର କଡାକଡି ଭାବେ ପାଳନ ଓ ଠିକ୍‍ ସମୟରେ ଚିକିତ୍ସା ଯୋଗୁଁ ଆରୋଗ୍ୟ ହାର ବୃଦ୍ଧି ପାଇବା ସହ କୋଭିଡ୍‍ ମୃତ୍ୟୁହାର ହ୍ରାସ ପାଇଛି। ଦେଶରେ କୋଭିଡ୍‍ ମୃତ୍ୟୁହାର ୧.୪୫ % ରହିଛି। ଗତ ୨୪ଘଣ୍ଟା ଭିତରେ ୪୪୨ଜଣ ମୃତ୍ୟୁ ଘଟିବାରୁ କୋଭିଡ୍‍ ଜନିତ ମୃତ୍ୟୁସଂଖ୍ୟା ୧ ଲକ୍ଷ ୪୨ହଜାର ୬୨୮ରେ ପହଞ୍ଚିଛି।

Comments are closed.