ସ୍ୱାଧୀନତାର ୭୫ତମ ସମାରୋହ : ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ୨୯୫ ସଦସ୍ୟ ବିଶିଷ୍ଟ ରାଷ୍ଟ୍ରୀୟ କମିଟି

୭୫ ସପ୍ତାହ ଧରି ‘ଆଜାଦି କା ଅମ୍ରିତ୍‍ ମହୋତ୍ସବ’

ନୂଆଦିଲ୍ଲୀ : ଦେଶ ସ୍ୱାଧୀନତାର ୭୫ତମ ବାର୍ଷିକୀ ପାଳନ ପାଇଁ ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏକ ରାଷ୍ଟ୍ରୀୟ କମିଟି ଗଠନ କରିଛନ୍ତି। ଏହି କମିଟିରେ ୨୫୯ ଜଣ ସଦସ୍ୟ ରହିଛନ୍ତି। ଏଥିରେ ସମାଜର ସବୁ ବର୍ଗର ଲୋକ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସଦସ୍ୟ ଅଛନ୍ତି।
ଉଭୟ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ଦେଶ ସ୍ୱାଧୀନତାର ୭୫ତମ ବାର୍ଷିକୀ ପାଳନ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଏହି କମିଟି ଦିଗ୍‍ଦର୍ଶନ ଦେବ। ଆସନ୍ତା ବର୍ଷ ଅଗଷ୍ଟ ୧୫ ତାରିଖରେ ଦେଶ ସ୍ୱାଧୀନତାର ୭୫ ବର୍ଷ ପୂରଣ କରିବ। ଏହାର ୭୫ ସପ୍ତାହ ପୂର୍ବରୁ ଆସନ୍ତା ୧୨ ତାରିଖଠାରୁ ଉତ୍ସବ ପାଳନ ଆରମ୍ଭ ହେବ। ମାର୍ଚ୍ଚ ୧୨ ତାରିଖରେ ଐତିହସିକ ଲବଣ ସତ୍ୟାଗ୍ରହର ୯୧ତମ ବାର୍ଷିକୀ ପାଳନ କରାଯିବ। ମହାତ୍ମାଗାନ୍ଧିଙ୍କ ନେତୃତ୍ୱରେ ଲବଣ ସତ୍ୟାଗ୍ରହ କରାଯାଇଥିଲା। କମିଟିର ପ୍ରଥମ ବୈଠକ
ସୋମବାର ଦିନ ବସି ପ୍ରସ୍ତୁତି ଉପରେ ଆଲୋଚନା କରାଯିବ। ସରକାର ସ୍ୱାଧୀନତାର ୭୫ତମ ବାର୍ଷିକୀ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ଜାକଜମକ ସହ ଆଡମ୍ବରରେ ପାଳନ କରିବେ। ଉତ୍ସବର ନାମ ‘ଆଜାଦି କା ଅମ୍ରିତ୍‍ ମହୋତ୍ସବ’ ରଖାଯାଇଛି।

Comments are closed.