‘#ମିଠୁ’ ମାମଲାରେ ଅନୁଙ୍କୁ ଆଶ୍ବସ୍ତି: ପ୍ରମାଣ ନ ଥିବାରୁ କେସ୍ ବନ୍ଦ କଲା ମହିଳା କମିଶନ

ମୁମ୍ବଇ: ବଲିଉଡ଼ର ଲୋକପ୍ରିୟ ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲିକଙ୍କୁ ‘#ମିଠୁ’ ଜରିଆରେ ହୋଇଥିବା ଯୌନ ନିର୍ଯାତନା ମାମଲାରେ ଶୁକ୍ରବାର ଆଶ୍ବସ୍ତି ମିଳିଛି। କଣ୍ଠଶିଳ୍ପୀ ସୋନା ମହାପାତ୍ର, ଶ୍ବେତା ପଣ୍ଡିତଙ୍କ ସମେତ ଅନ୍ୟ କେତେକ ମହିଳା କିଛିଦିନ ତଳେ ତାଙ୍କ ନାମରେ ଏହି ଅଭିଯୋଗ ଆଣିଥିଲେ। ମାତ୍ର ଅନୁଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ନ ମିଳିବାରୁ ଜାତୀୟ ମହିଳା କମିଶନ ଏହି ମାମଲାକୁ ଏବେ ବନ୍ଦ କରିଦେଇଥିବା ଜଣାପଡ଼ିଛି। ଜାତୀୟ ମହିଳା କମିଶନର ଅଧ୍ୟକ୍ଷା ରେଖା ଶର୍ମାଙ୍କ କହିବାନୁସାରେ, ‘‘ଏହି ମାମଲାକୁ ସ୍ଥାୟୀ ଭାବେ ବନ୍ଦ କରାଯାଇନି। ଯଦି ଅଭିଯୋଗକାରୀ ଆଗକୁ ଆସନ୍ତି ଓ ଅନୁଙ୍କ ବିରୋଧରେ ଉପଯୁକ୍ତ ପ୍ରମାଣ ମିଳେ, ତେବେ ଆମେ ଏହି ମାମଲାର ତଦନ୍ତ ପୁଣି ଆରମ୍ଭ କରିପାରୁ’’।

ସୂଚନା ଅନୁସାରେ, ଅନୁ ମଲିକ ଇଣ୍ଡିଆନ ଆଇଡଲ୍-୧୧ର ବିଚାରପତି ରହିଥିଲେ। ହେଲେ ତାଙ୍କ ବିରୋଧରେ ‘#ମିଠୁ’ ଜିରିଆରେ ଯୌନ ନିର୍ଯାତନା ଅଭିଯୋଗ ଆସିବା ପରେ ତାଙ୍କୁ ଶୋ’ରୁ ବାହାର କରିଦିଆଯାଇଥିଲା। ଏହା ସହିତ ତାଙ୍କ ସ୍ଥାନରେ ହିମେଶ ରେଶମିୟାଙ୍କୁ ବିଚାରକ ମଣ୍ଡଳୀରେ ସାମିଲ କରାଯାଇଥିଲା। ମାତ୍ର ନିଜ ଉପରେ ଲାଗିଥିବା ଏହି ଅଭିଯୋଗକୁ ଅନୁ ସମ୍ପୂର୍ଣ୍ଣ ଖଣ୍ଡନ କରିଥିଲେ।

Comments are closed.