ଆଜି ପ୍ରଶାସନିକ ସେବା ଦିବସ – ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ସମାଜ ପୋର୍ଟାଲ ଡେସ୍କ: ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ପ୍ରଶାସନିକ ସେବା ଦିବସ ଅବସରରେ ପ୍ରଶାସନିକ ସେବା ଅଫିସର ଓ ସେମାନଙ୍କର ପରିବାରବର୍ଗଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଟ୍ୱିଟ୍ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି, ଦେଶର ଜନସାଧାରଣଙ୍କ କଲ୍ୟାଣାର୍ଥେ ଆମର ପ୍ରଶାସନିକ ସେବା ଅଫିସରମାନେ ବିଭିନ୍ନ ଯୋଜନା ଓ ନୀତିର କାର୍ଯ୍ୟକାରୀତା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଆସିଛନ୍ତି।
On Civil Services Day, greetings to all civil servants, past and present, and their families. Our civil services have played a key role in implementing policies and programs for public welfare.
— President of India (@rashtrapatibhvn) April 21, 2020
ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ପ୍ରଶାସନିକ ସେବା ଅଫିସରମାନେ ବିଭିନ୍ନ ଯୋଜନା ଓ ନୀତି ଗୁଡ଼ିକର ଫଳପ୍ରଦ ତଥା ସଫଳ ରୂପ।ୟନ କରିପ।ରୁଥିବାରୁ ସେମାନଙ୍କର ଭୂୟସୀ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ସେମାନଙ୍କର ଉଚ୍ଚ ପେଶାଦାରିତା ଉଭୟ ଶାନ୍ତି ଓ ସଙ୍କଟ ସମୟରେ ଦେଶକୁ ବିପଦରୁ ରକ୍ଷା କରିଛି। ନାଇଡୁ କହିଛନ୍ତି, ଡାକ୍ତର ଓ ଚିକିତ୍ସା କ୍ଷେତ୍ରର ପେଶାଦାରମାନଙ୍କ ସହିତ ଦେଶର ପ୍ରଶାସନିକ ସେବା ଅଫିସରମାନେ ମଧ୍ୟ କୋଭିଡ ନାଇଣ୍ଟିନର ମୁକାବିଲାରେ ସମ୍ମୁଖରେ ରହି କାର୍ଯ୍ୟ କରୁଛନ୍ତି। ସେ କହିଛନ୍ତି ଦେଶରୁ ଜନସାଧାରଣଙ୍କୁ ସଂକ୍ରମଣରୁ ସୁରକ୍ଷା ଦେବାପାଇଁ ନିଜର ଜୀବନକୁ ବିପଦରେ ପକାଇ କର୍ତ୍ତବ୍ୟ ନିର୍ବାହନ କରୁଥିବା ଏହି ଅଫିସରମାନଙ୍କୁ ଦେଶ ଅଭିବାଦନ କରୁଛି। ସେ କହିଛନ୍ତି. ପ୍ରଶାସନିକ ସେବା ଅଫିସରମାନଙ୍କ ଅଭିଜ୍ଞତା କୋଭିଡ-୧୯ ବିପକ୍ଷରେ ସଂଗ୍ରମାରେ ଦେଶକୁ ବିଜୟୀ କରାଇବ ବୋଲି ତାଙ୍କର ଦୃଢ଼ ବିଶ୍ୱାସ ରହିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶାସନିକ ସେବା ଦିବସ ଅବସରରେ ସମସ୍ତ ପ୍ରଶାସନିକ ସେବା ଅଫିସର ଓ ସେମାନଙ୍କର ପରିବାରବର୍ଗଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କିଛି ଟ୍ୱିଟ୍ ବାର୍ତ୍ତାରେ କୋଭିଡ୍-୧୯ ସଂକ୍ରମଣ ବିପକ୍ଷରେ ଭାରତର ଲଢ଼େଇରେ ସେମାନଙ୍କର ଉଦ୍ୟମକୁ ମୋଦୀ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶର ଜନସାଧାରଣଙ୍କୁ ସୁସ୍ଥ ରଖିବା ପାଇଁ ପ୍ରଶାସନିକ ସେବା ଅଫିସରମାନେ ଦିନରାତି ୨୪ ଘଣ୍ଟା କାର୍ଯ୍ୟ କରୁଛନ୍ତି। ଭାରତର ପ୍ରଶାସନିକ ଢ଼ାଞ୍ଚାର ନିର୍ମାଣ କରିଥିବା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତି ପ୍ରଧାନମନ୍ତ୍ରୀ ଏହି ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଭାରତ ସରକାର ପ୍ରତିବର୍ଷ ଏପ୍ରିଲ ୨୧ ତାରିଖ ଦିନଟିକୁ ପ୍ରଶାସନିକ ସେବା ଦିବସ ଭାବେ ପାଳନ କରୁଛନ୍ତି।