ଦେଶରେ କମୁଛି କରୋନା ସଂକ୍ରମଣ; ରୋଗୀଙ୍କ ସୁସ୍ଥ ହାର ୮୮%କୁ ବୃଦ୍ଧି : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ କରୋନା ରୋଗୀଙ୍କ ସୁସ୍ଥତା ହାର ପ୍ରତିଦିନ ବୃଦ୍ଧି ପାଇଛି ଏବଂ ୮୮% ସଂକ୍ରମିତ ସୁସ୍ଥ ହୋଇ ସାରିଛନ୍ତି ବୋଲି ସୋମବାର ଗ୍ରାଣ୍ଡ ଚ୍ୟାଲେଞ୍ଜ ବାର୍ଷିକ ବୈଠକ ୨୦୨୦କୁ ଉଦ୍ଘାଟନ କରି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ଏହି ଅବସରରେ ସେ  କୌଣସି ପ୍ରସଙ୍ଗର ଚୂଡ଼ାନ୍ତ ପରିଣାମ ହାସଲ କରିବାକୁ ହେଲେ  ବିଜ୍ଞାନ ଏବଂ ନବସୃଜନ କ୍ଷେତ୍ରରେ ଅଗ୍ରୀମ ବିନିଯୋଗ ଆବଶ୍ୟକ। ସହଭାଗିତା ଏବଂ ଜନସାଧାରଣଙ୍କ ଅଂଶଗ୍ରହଣ ଦ୍ୱାରା ନବସୃଜନ ଯାତ୍ରା ନିର୍ଣ୍ଣୟ  ହୋଇପାରିବ ବୋଲି ମଧ୍ୟ ମତ ଦେଇଛନ୍ତି ।

ଦେଶରେ କରୋନାଭାଇରସ୍ ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତରେ କୋଭିଡ ୧୯ର ଦୈନିକ ମାମଲା ଓ ସଂକ୍ରମଣ ହାର ନିରନ୍ତର ହ୍ରାସ ପାଉଛି । ସୁସ୍ଥ ରୋଗୀଙ୍କ ସଂଖ୍ୟା ୮୮%କୁ ବୃଦ୍ଧି ପାଇଛି । ଦେଶରେ ସଠିକ୍ ସମୟରେ ଲକଡ଼ାଉନ ଘୋଷଣା କରାଯିବା ଫଳରେ କରୋନା ଉପରେ ନିୟନ୍ତ୍ରଣ କରାଯାଇ ପାରିଛି ।

କୋଭିଡ -୧୯ ଟିକା ବିକଶିତ କରିବାରେ ଭାରତ ମଧ୍ୟ ଅଗ୍ରଣୀ ଭୂମିକା ଗ୍ରହଣ କରିଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଦେଶର ବୈଜ୍ଞାନିକମାନଙ୍କୁ ପ୍ରଶଂସା କରିଛନ୍ତି । ଦେଶର ବୈଜ୍ଞାନିକମାନେ ନିଷ୍ଠାପର ଭାବରେ କାର୍ଯ୍ୟ କରୁଛନ୍ତି ଓ କୋବିଡ଼ ଲଢ଼େଇରେ ବଡ଼ ଭୂମିକା ଗ୍ରହଣ କରିଛନ୍ତି ବୋଲି ଶ୍ରୀ ମୋଦୀ କହିଛନ୍ତି ।

Comments are closed.