ଜାମସେଦଙ୍କ ବାସନ୍ଦାଦେଶ କାଏମ

0

ଲାହୋର : ସ୍ପଟ୍‍ ଫିକ୍ସିଂ ଅଭିଯୋଗରେ ଦୋଷୀସାବ୍ୟସ୍ତ ହୋଇ ୧୦ ବର୍ଷ ବାସନ୍ଦ ହୋଇଥିବା ପାକିସ୍ତାନୀ କ୍ରିକେଟର ନାସିର ଜାମସେଦଙ୍କ ଏହି ଦଣ୍ଡାଦେଶକୁ ପାକିସ୍ତାନର କ୍ରିକେଟ ଟ୍ରିବ୍ୟୁନାଲ କାଏମ ରଖିଛନ୍ତି। ଗତବର୍ଷ ୟୁଏଇରେ ପାକିସ୍ତାନ ସୁପର ଲିଗ୍‍ (ପିଏସଏଲ) ଖେଳାଯାଉଥିବାବେଳେ ଜାମସେଦଙ୍କ ସମେତ ଛଅଜଣ ପାକିସ୍ତାନୀ କ୍ରିକେଟର ସ୍ପଟ୍‍ ଫିକ୍ସିଂରେ ଜଡିତ ଥିବାର ପ୍ରମାଣ ମିଳିଥିଲା। ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ପକ୍ଷରୁ ଏହାର ବିଧିବଦ୍ଧ ତଦନ୍ତ କରାଯାଇ ଦୋଷୀ ଖେଳାଳିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ବୁକିଙ୍କ ସହ ସମ୍ପର୍କ ସ୍ଥାପନ କରିବା ସହ ଅନ୍ୟ ଖେଳାଳିଙ୍କୁ ଏହି ଦୁର୍ନୀତିରେ ସାମିଲ ହେବାକୁ ପ୍ରବର୍ତ୍ତାଇଥିବାରୁ ଜାମସେଦଙ୍କୁ ସର୍ବାଧିକ ୧୦ ବର୍ଷ ପାଇଁ ବାସନ୍ଦ କରାଯାଇଥିଲା। ଜାମସେଦ ଏହାର ପ୍ରତିବାଦରେ କ୍ରିକେଟ ଟ୍ରିବ୍ୟୁନାଲରେ ଅପିଲ କରିଥିଲେ। ତେବେ ଟ୍ରିବ୍ୟୁନାଲ ବିଚାରପତି ଏହି ଦଣ୍ଡାଦେଶକୁ କାଏମ ରଖିଛନ୍ତି। ସ୍ପଟ୍‍ ଫିକ୍ସିଂ ଦୁର୍ନୀତିରେ ସାମିଲ ଥିବା ଅନ୍ୟ ପାକ୍‍ କ୍ରିକେଟରମାନେ ହେଲେ ସର୍ଜିଲ ଖାନ୍‍, ଖଲିଦ ଲତିଫ୍‍ (ଉଭୟଙ୍କୁ ୫ ବର୍ଷ ବାସନ୍ଦାଦେଶ), ମହମ୍ମଦ ଇର୍ଫାନ (ଦେଢ ବର୍ଷ), ଶାହାଜେବ ଖାନ୍‍ (୨ ବର୍ଷ) ଓ ମହମ୍ମଦ ନୱାଜ (୨ ମାସ)।

Leave A Reply