ଭାରତରେ ନାଜାଲ୍ କୋଭିଡ୍ ଟିକା ଉପଲବ୍ଧ – ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ ଟିକାକୁ ମିଳିଲା ଜରୁରୀକାଳୀନ ମଞ୍ଜୁରୀ

ନୂଆଦିଲ୍ଲୀ : ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ ନାଜାଲ କୋଭିଡ୍ ଟିକାକୁ ସିଡିଏସକୋ ଜୁରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛି । ଅଠର ବର୍ଷରୁ ଅଧିକ ବୟସ୍କମାନଙ୍କୁ ଏହି ଟିକା ଦିଆଯାଇପାରିବ । ଏହା ଭାରତରେ ଅନୁମତି ଦିଆଯାଇଥିବା ପ୍ରଥମ ନାଜାଲ କୋଭିଡ୍ ଟିକା । କୋଭିଡକୁ ମୁକାବିଲା କରିବାରେ ଏହା ବେଶ୍ ସହାୟକ ହେବ ।

ଇଂଜେସନ୍ ନେବାକୁ ଭୟ କରୁଥିବା ଲୋକଙ୍କ ପାଇଁ ଏହା ଏକ ବରଦାନ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଏ ବିଷୟରେ ଟ୍ୱଟି କରି ସୂଚନା ଦେଇଛନ୍ତି । ଭାରାତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ ସ୍ୱଦେଶୀ କୋଭିଡ୍ ଟିକା କୋଭାକ୍ସିନ୍ ପ୍ରସ୍ତୁତ କରାଯାଇଥିଲା । ଏହାକୁ ଭାରତ ସହ ବିଶ୍ୱର ଅନେକ ଦେଶର ମାନ୍ୟତା ମିଳିଛି ।

କୋଭିଡ୍ ଭୁତାଣୁ ନାକର ମ୍ୟୁକସରେ ଶରୀରରେ ପ୍ରବେଶ କରିଥାଏ । ଏହି ଟିକା କୋଭିଡକୁ ମୁକାବିଲା କରିବାରେ ବେଶ୍ ସହାୟକ ହେବ ବୋଲି ବିଶେଷଜ୍ଞମାନେ ଆଶା ପ୍ରକାଶ କରିଛନ୍ତି ।

Comments are closed.