ମଙ୍ଗଳଯାନ ପାଇଁ ପାରାସୁଟ୍‍ ପରୀକ୍ଷା କଲା ନାସା

0

ନୂଆଦିଲ୍ଲୀ: ୨୦୨୦ରେ ମଙ୍ଗଳ ଯାତ୍ରା ପାଇଁ ନାସା ପକ୍ଷରୁ ସଜବାଜ ଚୂଡ଼ାନ୍ତ ହୋଇଛି। ମଙ୍ଗଳ ଗ୍ରହରେ ଅବତରଣ ପାଇଁ ନାସା ପକ୍ଷରୁ ସୁପରସୋନିକ ପାରାସୁଟ ନିର୍ମାଣ କରାଯାଇଛି। ଏହି ପାରାସୁଟ୍‍ ଦ୍ୱାରା ମହାକାଶ ଯାନରୁ ମଙ୍ଗଳ ଗ୍ରହରେ ଅବତରଣ କରାଯିବ। ପାଲିଫର୍ଣ୍ଣିଆ ସ୍ଥିତ ଜେଟ୍‍ ପରିଚାଳନା ଲ୍ୟାବରେଟାରୀ(ଜେପିଏଲ) ଏହି ପାରାସୁଟ ନିର୍ମାଣ ଦାୟିତ୍ୱ ନେଇଛି। ଅଟଲାଣ୍ଟିକ ସାଗରର ୱାଲପ ଆଇସଲ୍ୟାଣ୍ଡରୁ ଏହି ପାରାସୁଟକୁ ଏକ ରକେଟ ସାହାର୍ଯ୍ୟରେ ମହାକାଶକୁ ପ୍ରେରଣ କରାଯାଇ ଥିଲା। ପରେ ଏହି ପାରାସୁଟ ୱାଲପ ଦ୍ୱୀପରୁ ୨୮କିମି ଦୂରରେ ସୁରକ୍ଷିତ ଅବତରଣ କରିଛି। ଗୋଲାକାର ଏହି ପାରାସୁଟରେ ଯାତ୍ରୀଙ୍କ ସହ ଶକ୍ତିଶାଳୀ କ୍ୟାମେରା ଓ ତଥ୍ୟ ରେକର୍ଡ଼ କରୁଥିବା ଯନ୍ତ୍ର ଖଞ୍ଜା ଯାଇଛି।
୨୦୨୦ଜୁଲାଇ/ଅଗଷ୍ଟରେ ନାସା ପକ୍ଷରୁ ମଙ୍ଗଳ ଯାନ ପ୍ରେରଣ କରାଯିବ। ଏହି ସମୟରେ ପୃଥିବୀ ପୃଷ୍ଠ ନିକଟରେ ମଙ୍ଗଳ ଥିବାରୁ ଏଭଳି ସମୟସୀମା ଧାର୍ଯ୍ୟ କରାଯାଇଛି। ମଙ୍ଗଳ ଗ୍ରହଣରେ ଜୀବ ଜଗତ ନଥିବା ପୂର୍ବରୁ ବୈଜ୍ଞାନିକମାନେ ଘୋଷଣା କରିଥିଲେ ମଧ୍ୟ ଜୀବାଣୁ ଏବଂ ଖଣିଜର ସନ୍ଧାନରେ ବୈଜ୍ଞାନିକମାନେ ମଙ୍ଗଳ ଯାନକୁ ପ୍ରେରଣ କରୁଛନ୍ତି।

Leave A Reply