ମଙ୍ଗଳ ପୃଷ୍ଠରେ ମଙ୍ଗଳଯାନ

0

ନୂଆଦିଲ୍ଲୀ: ନାସାର ରୋବୋଟିକ୍‍ “ମାର୍ସ ଇନସାଇଟ୍‍ ଲେଡର’ ମଙ୍ଗଳ ଗ୍ରହରେ ଲ୍ୟାଣ୍ଡ କରିଛି। ଏହାପରେ ନାସା ପାଇଁ ଏକ ଐତିହାସିକ ମୁହୂର୍ତ୍ତ ସୃଷ୍ଟି ହୋଇଛି। ମଙ୍ଗଳର ଆଭ୍ୟନ୍ତରୀଣ ପରିବେଶ ଉପରେ ଗବେଷଣାରେ ନାସାକୁ ଏକ ବଡ଼ ଧରଣର ସଫଳତା ମିଳିପାରିବ ବୋଲି ବୈଜ୍ଞାନିକ ମାନେ ଆଶା କରିଛନ୍ତି।
ମଙ୍ଗଳ ଗ୍ରହରେ ପଦାର୍ପଣ କରିଥିବା ଇନସାଇଟ୍‍ ସମ୍ପର୍କରେ ଜାଣି ରଖିବାର ଆବଶ୍ୟକତା ରହିଛି। ମଙ୍ଗଳ ଗ୍ରହରେ ପଦାର୍ପଣ ପୂର୍ବରୁ ଅଭିଯାନର ଶେଷ ୭ମିନିଟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉ ଥିଲା। ଭାରତୀୟ ସମୟ ଅନୁଯାୟୀ ସୋମବାର ରାତି ୧ଟା୨୪ରେ ଇନସାଇଟ ମଙ୍ଗଳ ଗ୍ରହରେ ପଦାର୍ପଣ କରିଥିଲା। ଏକ ପାରାଚ୍ୟୁଟରୁ ଇନସାଇଟ ଲ୍ୟାଣ୍ଡ କରିବା ପରେ ଏକ ସୁରକ୍ଷିିତ ଖୋଳରୁ ବାହାରି ମଙ୍ଗଳ ଗ୍ରହରେ ତା’ର ୩ଟି ପାଦ ଥାପି ଥିଲା। ସମ୍ପୂର୍ଣ୍ଣ ପ୍ରକ୍ରିୟା ୭ଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା। ଇନସାଇଟକୁ ମୁଖ୍ୟତଃ ମଙ୍ଗଳ ଗ୍ରହର ମାଟି ଖୋଳି ଆଭ୍ୟନ୍ତରୀଣ ସ୍ଥିତିକୁ ଅନୁଧ୍ୟାନ କରିବା ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଛି। ଏଥି ନିମନ୍ତେ ଦୀର୍ଘ ୬ମାସ ସମୟରେ ୪୮.୨କୋଟି କିମି ଅତିକ୍ରମ କରି ମଙ୍ଗଳ ମାଟିରେ ଓହ୍ଲାଇଛି ଇନସାଇଟ। ସୌର ଶକ୍ତି ଓ ବ୍ୟାଟେରୀ ଚାଳିତ ଇନସାଇଟ ଏକକାଳୀନ ୨୬ମାସ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହେବ।
ମଙ୍ଗଳରେ ପହଞ୍ôଚବା ପୂର୍ବରୁ ଇନସାଇଟର ବେଗ କେବଳ ୧୯,୮୦୦କିମି ଥିଲା। ଲ୍ୟାଣ୍ଡିଂ ପୂର୍ବରୁ ଏହି ବେଗକୁ ହ୍ରାସ କରି ୮କିମି ପ୍ରତି ଘଣ୍ଟା କରାଯାଇ ଥିଲା। ମଙ୍ଗଳରେ ଅବତରଣ ସମୟରେ ପ୍ରତି ୬ମିନିଟରେ ଇନସାଇଟ ତା’ର ଗତିକୁ କମ କରୁଥିଲା। ମଙ୍ଗଳ ଅଭିଯାନ ପ୍ରକ୍ରିୟାରେ ନାସା ୭୦୪୪କୋଟି ଟଙ୍କା ଖର୍ଚ୍ଚ କରିଛି। ଗତ ମେ’ମାସ ୫ ତାରିଖରେ ଲଞ୍ଚ ହୋଇଥିବା ଇନସାଇଟ(ଇଣ୍ଟରିୟର ଏକ୍ସପ୍ଲୋନେସନ ୟୁଜିଙ୍ଗ ସିସମିକ୍‍ ଇନଭେଷ୍ଟିଗେସନ ଜିୟୋଡିସି ଆଣ୍ଡ ହିଟ ଟ୍ରାନ୍ସପୋର୍ଟ)କୁ ୨୦୧୨ରେ “କ୍ୟୁରୋସିଟି ରୋବର୍ଟ’ ଲଞ୍ଚର ସଫଳତା ପରେ ନିର୍ମାଣ କରାଯାଇ ଥିଲା।
ଇନସାଇଟ ଏଭଳି ତଥ୍ୟ ପ୍ରଦାନ କରିବ ଯାହା କୋଟିକୋଟି ବର୍ଷ ଧରି ମିଳି ନାହିଁ। ଯେପରି ମଙ୍ଗଳ ଗ୍ରହରେ ଭୂମିକମ୍ପ, ଭୂସ୍ଫଳନ ପରି ପ୍ରାକୃତିକ ଦୁର୍ବିପାକ ହୁଏ କି ନାହିଁ ଏହା ମଧ୍ୟ ତର୍ଜମା କରିବ ଇନସାଇଟ୍‍। ସେହିପରି ମଙ୍ଗଳ ଗ୍ରହର ଖନନ ଦ୍ୱାରା ଉକ୍ତ ଗ୍ରହର ଖଣିଜ ସମ୍ବନ୍ଧରେ ସୁରାକ ମିଳିବ।

Comments
Loading...