ହରତାଳ ସତ୍ତ୍ବେ ଶାନ୍ତିଶୃଙ୍ଖଳାରେ ସରିଲା ଜାତୀୟ ଉପଲବ୍ଧି ସର୍ବେକ୍ଷଣ

ଭୁବନେଶ୍ବର : ବିଦ୍ୟାଳୟ ସ୍ତରରେ ଶିକ୍ଷାର୍ଥୀଙ୍କର ଶିକ୍ଷଣ ଉପଲବ୍ଧିକୁ ଜାଣିବା ତଥା ଶିକ୍ଷା ବ୍ୟବସ୍ଥାର ସୁପରିଚାଳନା ପାଇଁ ଥିବା ସୁବିଧାସୁଯୋଗ ଓ ବ୍ୟବସ୍ଥା ସମ୍ବନ୍ଧରେ ଜାଣିବା ପାଇଁ କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ଜାତୀୟ ଉପଲବ୍ଧି ସର୍ବେକ୍ଷଣ (ନେସନାଲ ଆଚିଭମେଣ୍ଟ ସର୍ଭେ-ଏନଏଏସ) ଶେଷ ହୋଇଛି। ରାଜ୍ୟ ସମେତ ସମଗ୍ର ଦେଶରେ ଏହି ସର୍ବକ୍ଷେଣ ଶୁକ୍ରବାର ସରିଛି। କଂଗ୍ରେସର ହରତାଳ ସତ୍ତ୍ବେ ଶାନ୍ତିଶୃଙ୍ଖଳାର ସହ ସର୍ବେକ୍ଷଣ କାର୍ଯ୍ୟ ସରିଥିବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। କଂଗ୍ରେସର ବନ୍ଦ ଡ଼ାକରା ପାଇଁ ଶିକ୍ଷକ/ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଯେଭଳି ସହଜରେ ବିଦ୍ୟାଳୟ ଆସିବେ ସେଥିପାଇଁ ଜିଲାପାଳ ଓ ପୁଲିସକୁ ରାଜ୍ୟ ସରକାର ଦାୟିତ୍ବ ଦେଇଥିଲେ।

Comments are closed.