ବିପଦସଂଙ୍କୁଳ ପାଲଟିଛି ଗଛ କିନ୍ତୁ କାହା ଦୃଷ୍ଟିରେ ପଡୁନି ଆମ ଓଡ଼ିଶାନିଉଜ ଆଲର୍ଟ By ସମାଜ ପୋର୍ଟାଲ ଡେସ୍କ On Apr 2, 2021 Share ନର୍ଲା: ନର୍ଲା ଚାରିଛକ ରାଜରାସ୍ତା ପାର୍ଶ୍ବରେ ଦୀର୍ଘମାସ ହେଲା ଠିଆ ହୋଇଛି ଏକ ବିରାଟକାୟ ଶୁଖିଲା ଗଛ। ଗଛର ସଂପୂର୍ଣ୍ଣ ଉପରି ଭାଗର ଶାଖା ପ୍ରଶାଖା ଶୁଖି ଦୁର୍ବଳ ହୋଇସାରିଛି। ଗତକାଲି ସାମାନ୍ୟ ଶାଖାଟିଏ ଆକସ୍ମିକ ରାଜରାସ୍ତାରେ ପଡି ବିପଦର ସଂକେତ ଦେଇସାରିଛି। ଅବଶ୍ୟ କାହାର କିଛି କ୍ଷତି ହୋଇନାହିଁ। ତେବେ ଆଗକୁ କେତେବେଳେ ଆକସ୍ମିକ ବିରାଟକାୟ ଶାଖାଗୁଡିକ ଟଳି ପଡିବ ତାହା କାହାକୁ ଜଣା ନାହିଁ। ଏ ସଂପର୍କରେ ସମାଜରେ ଖବର ପ୍ରସାରିତ ଆଗରୁ ହୋଇସାରିଛି। ତଥାପି ପୂର୍ତ ବିଭାଗ,ଅଗ୍ନିଶମ ଅଥବା ନର୍ଲା ପ୍ରଶାସନ ହାତ ବାନ୍ଧି ବସିଛି। ଗଛ ତଳେ କ୍ୟାବିନ ରହିଛି ଯେଉଁଠି ବ୍ୟବସାୟୀମାନେ ଦୋକାନ କରିଛନ୍ତି। ଏହି ଛକର ସବୁଠାରୁ ଗହଳି ହୁଏ ସଂପୃକ୍ତ ଦୋକାନ ଗୁଡିକରେ। ଗଛଟିର ଅଧାଭାଗ ରାଜରାସ୍ତା ଆଡକୁ ମୁହାଁଇ ଥିବା ବେଳେ ଅଧା ଭାଗ ସଂପୃକ୍ତ ଦୋକାନ ଉପରେ ପଡିବ। ତେବେ ଅକାରଣେ କେତେବେଳେ ଯେ ଦୋକାନ ସହିତ ଦୋକାନୀ ଓ ଗ୍ରାହକଙ୍କ ଜୀବନ ଚାଲିଯିବା ତାହା କିଏ କହିବ। ଏପରିକି ରାଜରାସ୍ତାରେ ଯାଉଥିବା ଗାଡି, ପଥିକମାନଙ୍କ ପାଇଁ ମଧ୍ୟ ଏହି ଗଛ ବିପଦ ପାଲଟିଛି। Related Posts ଡି’ଭିଲିଅର୍ସ, ମ୍ୟାକ୍ସୱେଲ ପ୍ରହାର :… Apr 19, 2021 ମସ୍କୋ ଅନ୍ତର୍ଜାତୀୟ ଚିତ୍ର ମହୋତ୍ସବରେ ଓଡ଼ିଆ… Apr 19, 2021 ଅଗ୍ନିଶମ ବିଭାଗ କାଟିବାକୁ ଆସି ଫେରି ଯାଉଥିବା ସ୍ଥାନୀୟ ଛକର ଲୋକେ ପ୍ରକାଶ କରିଛନ୍ତି। ତେବେ ଗଛ ତଳେ ଥିବା ଦୋକାନଗୁଡିକ ସ୍ଥାନନ୍ତରଣ ନକଲେ ଗଛ କାଟିହେବ ନାହିଁ ବୋଲି କୁଆଡେ ଅଗ୍ନିଶମ କର୍ମଚାରୀ କହୁଛନ୍ତି ବୋଲି ସ୍ଥାନୀୟ ଦୋକାନୀମାନେ ପ୍ରକାଶ କରିଛନ୍ତି। ସାମାନ୍ୟ ପାନ ଚାର ଦୋକାନକୁ ସ୍ଥାନାନ୍ତରଣ କରିବାକୁ ହେଲେ ନିଶ୍ଚୟ ଖର୍ଚ୍ଚ ହେବ। ଖର୍ଚ୍ଚକୁ ଡରି ଦୋକାନୀ ଦୋକାନ ସ୍ଥାନାନ୍ତରଣ କରୁନଥିବା ବେଳେ କୌଶଳକ୍ରମେ ଗଛକୁ କାଟିବା ପାଇଁ ବିଭାଗ ଫେଲ ମାରିଛି। କୌଣସି ଦୁର୍ଘଟଣା ହେଲେ ଆରମ୍ଭ ହେବ ରାସ୍ତାରୋକ, ଜଳାପୋଡା ଓ ଆଇନ ଶୃଙ୍ଖଳା ପରିସ୍ଥିତି। ପ୍ରଶାସନର ଦୁର୍ବଳତା ହେତୁ ନଖରେ ଛିଣ୍ଡିବା କଥା ଦା, କଟୁରୀକୁ ଜଗିଛି ବୋଲି ଲୋକେ କୁହାକୁହି ହେଉଛନ୍ତି। ଏକ ଆସନ୍ନ ବିପଦକୁ ଚାଳିବା ପାଇଁ ପ୍ରଶାସନ ନିଜ ପଟୁ କୁଶଳୀ ଶ୍ରମିକଙ୍କ ଜରିଆରେ ଉକ୍ତ ଗଛକୁ କାଟିବା ଉଚିତ୍ ବୋଲି ସାଧାରଣରେ ଦାବୀ ହେଉଛି। ଅନ୍ୟଥା ଧନ ଜୀବନ ହାନୀ ହେଲେ ସରକାର ଦାୟୀ ରହିବେ ବୋଲି ଲୋକେ ପ୍ରକାଶ କରିଛନ୍ତି। Share FacebookTwitterWhatsApp