ପ୍ରବଳ ବର୍ଷା ସତ୍ତ୍ୱେ ନର୍ଲାର ବିଭିନ୍ନ ସ୍ଥାନରେ ଉଡିଲା ତ୍ରିରଙ୍ଗା

ନର୍ଲା: ଗତ ତିନିଧରି ଲଘୁଚାପ ଜନିତ ପ୍ରବଳ ବର୍ଷା ସତ୍ବେ ଆଜି ନର୍ଲା ବ୍ଲକର ବିଭିନ୍ନ ସ୍ଥାନରେ ଦେଶର ୭୬ ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ବ୍ଲକ କାର୍ଯ୍ୟାଳୟ ପରିସରରେ ଅଧ୍ୟକ୍ଷା ମନୋରମା ମହାନ୍ତି ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ନର୍ଲା ଶିଶୁ ମନ୍ଦିର ଛକରେ ନର୍ଲା ପ୍ରେସ ଏସୋସିଏସନ ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଯୁବ ବୈଜ୍ଞାନିକ ସନ୍ତୋଷ କୁମାର କର ଜାତୀୟ ପତାକା ଉତ୍ତୋଳନ କରିଥିଲେ। ନର୍ଲା ବଣିକ ସଂଘ ଦ୍ଵାରା ଆୟୋଜିତ କାର୍ଯ୍ୟକ୍ରମରେ ଡିଏସପି ରେଣୁକା ସୁନା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ।

ସେହିପରି ବିବେକସେନା ପକ୍ଷରୁ ମଧ୍ୟ ପତାକା ଉତ୍ତୋଳନ କରାଯାଇଥିଲା । ଏହି ଅବସରରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ବେସରକାରୀ ସଂସ୍ଥା ତଥା ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସ୍ବାଧୀନତା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗତ ୧୩ ତାରିଖ ଠାରୁ ଅଞ୍ଚଳରେ ସ୍ଵାଧୀନତାର ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଭାବରେ ପ୍ରତ୍ୟେକ ଗଳିକନ୍ଦିରେ ଘର ଉପରେ ଜାତୀୟ ପତାକା ଉଡୁଥିବା ଦେଖାଯାଇଛି।

Comments are closed.