ଶହେ ବର୍ଷର ବିଦ୍ୟାଳୟ କୋଠା ଆଜି ଅଲୋଡା

ନର୍ଲା :ନର୍ଲା ବ୍ଲକରେ ରହିଛି ତିନୋଟି ସର୍ବ ପୁରାତନ ପ୍ରାଥମିକ ବିଦ୍ୟାଳୟ କୋଠା । ଏହି କୋଠାର ଆବିର୍ଭାବ ହେବା ବେଳକୁ ଭାରତବର୍ଷ ପରାଧିନ ଥିଲା । ସେ କାଳର ଇଂରେଜ ସରକାରର ଶାସନ କାଳରେ ଅର୍ଥାତ ୧୯୦୦ ମସିହା ସମୟରେ ରାଜା ମହାରାଜା ମାନେ ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷା ପାଇଁ ନିର୍ମାଣ କରିଥିଲେ ଏହି ବିଦ୍ୟାଳୟ ଗୁଡିକ ।
ଯେଉଁ ବିଦ୍ୟାଳୟରେ ପାଠ ପଢିଥିବା ପ୍ରଥମ ୩୦ ବର୍ଷର ଛାତ୍ରଛାତ୍ରୀ ମାନେ ପଣନାତିରୁ ପଣଅଜା ହୋଇ ଆର ପାରିକୁ ଗଲେଣି । ତଥାପି କୋଠା ଅକ୍ଷୁର୍ଣ୍ଣ ରହିଅଛି । ଏଇ କୋଠାର ସାମାନ୍ୟ ମରାମତି ହୋଇଛି ।  ଶତକ ପାର୍ କରିଥିବା ପ୍ରାୟ ୮ଟି କକ୍ଷ ବିଶିଷ୍ଟ  ଏହି ବିଦ୍ୟାଳୟକୁ ଉଚିତ ମରାମତି ନହେବା କାରଣରୁ ଶ୍ରୀହୀନ ହୋଇ ପଡିଛି । ନର୍ଲା ବ୍ଲକର ନର୍ଲା,ତୁଳାପଡା ଓ ରୁପ୍ରାରୋଡ ଠାର ଥିବା ଏଇ ସମାନ ଢଙ୍ଗର ବିଦ୍ୟାଳୟ କୁ ସରକାର ଯଦି ସ୍ବତନ୍ତ୍ର ମରାମତି କରନ୍ତେ ତାହେଲେ ଆଉ ଏକ ଶତକ ପାଇଁ ଦିନ ଗଣନ୍ତା ବୋଲି ମତ ପ୍ରକାଶ ପାଇଛି ।

Comments are closed.