କ୍ରୀଡ଼ା ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ 

ନର୍ଲା: ତୁଳାପଡାସ୍ଥିତ ସରକାରୀ ଦାମୋଦର ଉଚ୍ଚ ବିଦ୍ୟାଳୟଠାରେ ରବିବାର କ୍ରୀଡ଼ା ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମରେ ନର୍ଲା ଓ ମଦନପୁର ରାମପୁର ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ୧୩୫ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଜିଲ୍ଲା କ୍ରୀଡ଼ା ଅଧିକାରୀ ସୁବାଶିଷ ନାୟକ ଉପସ୍ଥିତ ରହି ସମସ୍ତ ପ୍ରକ୍ରିୟାର ଅନୁଧ୍ୟାନ କରିବା ପରେ ଲାଞ୍ଜିଗଡ ବ୍ଲକକୁ ଗସ୍ତ କରିଥିଲେ। ସମସ୍ତ କାର୍ଯ୍ୟର ତଦାରଖ ପାଇଁ ଜିଲ୍ଲା ଶାରିରୀକ ଶିକ୍ଷା ନିରୀକ୍ଷକ ମହେନ୍ଦ୍ର କୁମାର ପଣ୍ଡା ଉପସ୍ଥିତ ରହିଥିଲେ। ଏହାକୁ ସୁଚାରୁରୂପେ ପରିଚାଳନା କରିବାରେ ସ୍ଥାନୀୟ ବିଦ୍ୟାଳୟର କ୍ରୀଡା ଶିକ୍ଷକ ସନ୍ତୋଷାନନ୍ଦ ନାୟକ, ଅନ୍ୟ କ୍ରୀଡ଼ା ଶିକ୍ଷକଗଣ ଅଶ୍ବିନୀ କୁମାର ପଧାନ, ନବୀନ ନାଏକ, ଭେରିକଣ୍ଠ ପଧାନ, ନାରାୟଣ ପଧାନ(୧), ଜୟକୃଷ୍ଣ ନାୟକ, ସମୀର ରଞ୍ଜନ ନାଏକ, ନାରାୟଣ ପଧାନ(୨), ଧୃବ ଚରଣ ନାଗ, ଡୋଳାମଣି ବେହେରା, ଚନ୍ଦ୍ରମୋହନ ବିଶ୍ବାଳ ପ୍ରମୁଖ ସହଯୋଗ କରିଥିଲେ।

Comments are closed.