ତୁଳାପଡା ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ

ନର୍ଲା:ଏହି ବ୍ଲକ ଅଧିନସ୍ଥ ତୁଳାପଡାଠାରେ ପୁରାତନ ଜଗନ୍ନାଥ ମନ୍ଦିରକୁ ଭାଙ୍ଗି ଗଢା ଯାଇଛି ନୂତନ ଜଗନ୍ନାଥ ମନ୍ଦିର। ଏହି ମନ୍ଦିର ନିର୍ମାଣ ରେ ଅଞ୍ଚଳର ସମସ୍ତ ଜନ ସାଧାରଣଙ୍କ ସହଯୋଗ ରହିଛି। ତେବେ ୨୦୦୨ ରୁ ନିର୍ମାଣାଧୀନ ଥିବା ଏହି ମନ୍ଦିର ର କାର୍ଯ୍ୟ ଚଳିତ ମାସରେ ଶେଷ ହେବା ପରେ ଗତ ୧୫ ତାରିଖରୁ ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଛି। ଗତ କାଲି କଳସଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଆଜି ପ୍ରଥମ ଦିନରେ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଛି। ଏହି ଉତ୍ସବରେ ପ୍ରହରୀ ସମେତ,ବିଭିନ୍ନ ରକମର ମନୋରଞ୍ଜନ କାର୍ଯ୍ୟକ୍ରମ ରଖା ଯାଇଛି। ଆସନ୍ତା ୨୪ ତାରିଖରେ ଏହାର ପୂର୍ଣ୍ଣାହୁତି ହେବ। କର୍ତ୍ତା ଭାବରେ ନିର୍ମଳ ନାୟକ ସପତ୍ନୀକ ରହିଥିବା ବେଳେ ଆଚାର୍ଯ୍ୟ କର୍ମ କରୁଛନ୍ତି ଲକ୍ଷ୍ମଣ ଷଡ଼ଙ୍ଗୀ। ସାରଙ୍ଗଧର ଷଡ଼ଙ୍ଗୀ, ନାରାୟଣ ଷଡ଼ଙ୍ଗୀ, ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, କଳ୍ପତରୁ ପାଢୀ,ଆଶୁତୋଷ ଷଡ଼ଙ୍ଗୀ, ଆଶୁତୋଷ ପାଢୀ,ରବିନ୍ଦ୍ର ଷଡ଼ଙ୍ଗୀ, ମୁନ୍ନା ପାଢୀ,ଶିବ ପ୍ରସାଦ ତ୍ରିପାଠୀ ଆଦି ପୁରୋହିତ କର୍ମ କରୁଥିବା ଜଣାପଡିଛି। ଆସନ୍ତା ୨୦ ତାରିଖରେ ମହାପ୍ରଭୂ ନୂତନ ମନ୍ଦିରରେ ପ୍ରବେଶ କରିବେ। ପ୍ରତ୍ୟେକ ଦିନ ପାଇଁ ଭକ୍ତଙ୍କୁ ଅଭଡା ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। ଦ୍ରୋଣ ନାୟକ,ନେତ୍ରାନନ୍ଦ ନାୟକ,ରାଧାକାନ୍ତ ସାହୁ,ସନକ ସାହୁ,ଡମ୍ବରୁଧର ନାୟକ,ଯାଦବ ପଧାନ,ମାୟାଧର ପଧାନ ଓ ଅନ୍ୟମାନେ ଏହାର ଦାୟିତ୍ବ ନିର୍ବାହ କରୁଛନ୍ତି।

Comments are closed.