ସମ୍ବର୍ଦ୍ଧିତ ହେଲେ ମୋହନ କୁମାର ଭଟ୍ଟ

ନର୍ଲା : ପୁଣ୍ୟ ଉତ୍କଳ ଫାଉଣ୍ଡେସନର ୮ମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଭୁବନେଶ୍ୱରସ୍ଥିତ ଜାଭିୟର ଛକ ସ୍ଥିତ ଓଡିଶୀ ଗବେଷଣା କେନ୍ଦ୍ରରେ ପାଳିତ ହୋଇଅଛି । ଅନୁଷ୍ଠାନର ଅଧ୍ୟକ୍ଷ ମନୋରଞ୍ଜନ ମହାପାତ୍ରଙ୍କ ନେତୃତ୍ୱରେ ଉଦଘାଟକ ବିଜୟ କୁମାର ପଟ୍ଟନାୟକ,ମୁଖ୍ୟ ଅତିଥି ଭାବରେ ପୂର୍ବତନ ଶାସନ ସଚିବ ଉପେନ୍ଦ୍ର ନାଥ ବେହେରା, ଅତିଥି ଗୋପବନ୍ଧୁ ମଲ୍ଲିକ, ମୁଖ୍ୟ ବକ୍ତା ପ୍ରବୀର କୁମାର ମହାନ୍ତି ପ୍ରମୁଖ ଯୋଗଦାନ କରିଥିଲେ । ସଭାପତିତ୍ବ କରିଥିଲେ ଶ୍ରୀ ରାମ ଦାଶ । ଏହି ଅବସରରେ କଳାହାଣ୍ଡି ନର୍ଲାର ବିଶିଷ୍ଟ କବି ତଥା ଜିଲ୍ଲା ବିବେକସେନାର ସଂପାଦକ ମୋହନ କୁମାର ଭଟ୍ଟଙ୍କୁ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଛି । ଏହା ଜଣା ପଡିବା ପରେ ବିଭିନ୍ନ ମହଲରେ ପ୍ରଶଂସାର ସୁଅ ଛୁଟିଛି ।

Comments are closed.