ସ୍ବର୍ଗଦ୍ବାର ସେବା ସଂଗଠନର ଦ୍ବିତୀୟ ଶବ ସତ୍କାର 

ନର୍ଲା: ଆଜି ସ୍ବର୍ଗଦ୍ବାର ସେବା ସଂଗଠନର ପୁନଃ ଏକ କରୋନା ସଂକ୍ରମିତ ଶବର ସତ୍କାର କରିଛି । କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍ ଉତ୍କେଲା ପଞ୍ଚାୟତ ର କୋକୋଡମାଲ ଗ୍ରାମର ଇନ୍ଦ୍ରମଣି ପଟ୍ଟନାୟକ ଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିବା ବିଡିଓ ପ୍ରଫୁଲ୍ଲ କୁମାର ଓଦୁ ସ୍ବର୍ଗଦ୍ବାର ସଂଗଠନକୁ ସୂଚନା ଦେଇଥିଲେ । ଉକ୍ତ ଶବ ସତ୍କାର ପାଇଁ କେହି ସହଯୋଗ କରୁନଥିବା ବିଡ଼ିଓ ଓଦୁ ପ୍ରକାଶ ଜଣାଇଥିଲେ । ତେବେ ସଂଗଠନର ମୂଖ୍ୟ ସମାଜସେବୀ ମନୋଜ କୁମାର ପଟ୍ଟନାୟକ ତାଙ୍କର ଟିମ୍ କୁ ନେଇ ଉକ୍ତ ଗାଁରେ ପହଞ୍ଚି ଶବକୁ ସସମ୍ମାନେ ସତ୍କାର କରିଥିଲେ । ଏହାକୁ ନେଇ ବିଡିଓ ଶ୍ରୀଯୁକ୍ତ ଓଦୁ ସଂଗଠନର ଉଚ୍ଚ ପ୍ରଶ୍ଂସା କରିବା ସହ ବିପତ୍ତି ବେଳାରେ ସ୍ବର୍ଗଦ୍ବାର ସେବା ସଂଗଠନ ତାର ମାନବିକତା ପ୍ରଦର୍ଶନ କରିଛି ବୋଲି ମତ ପ୍ରକାଶ କରିଥିଲେ । ପ୍ରଶାସନ ତରଫରୁ ବିଡିଓ , ଅତିରିକ୍ତ ତହସିଲଦାର କେସିଙ୍ଗା  ରୁଦ୍ରମୋହନ ନାୟକ,ସଦର ପୁଲିସ ର ଉପସ୍ଥିତିରେ ପ୍ରଶାସନ ପ୍ରଦତ୍ତ ପିପିଇ କିଟ୍ ପରିଧାନ କରି ସଂଗଠନର ସଦସ୍ୟ ମାନେ ଅତ୍ୟନ୍ତ ସୁରକ୍ଷିତ ଭାବରେ ଶବ ସତ୍କାର କରିଥିଲେ । ଏହାକୁ ନେଇ ସଂପୃକ୍ତ ମୃତକ ପରିବାର ସଂଗଠନ ପ୍ରତି ଅଶେଷ କୃତଜ୍ଞତା ଜଣାଇଛନ୍ତି ।

Comments are closed.