ନର୍ଲା ନିର୍ବାଚନ ମଣ୍ଡଳୀର ସ୍ବର୍ଗଦ୍ବାର ସେଵା ସଂଗଠନର ପ୍ରଥମ ଶବ ସତ୍କାର

ନର୍ଲା: ଆଜି କେସିଙ୍ଗା ବ୍ଲକ୍ ବେଲଖଣ୍ଡି ପଞ୍ଚାୟତ ସାହାଯପାଟି ଗାଁର ଜନୈକ ବ୍ୟକ୍ତିର ମୃତ୍ୟୁ ହେବା ପରେ ସଂପୃକ୍ତ ମୃତକର ଶବ ଦାହ କରିବାକୁ କେହି ରାଜି ହୋଇନଥିଲେ ।  ପରିଶେଷରେ କେସିଙ୍ଗା ବିଡ଼ିଓ ପ୍ରଫୁଲ୍ଲ କୁମାର ଓଦୁ ସ୍ବର୍ଗଦ୍ବାର ସେବା ସଂଗଠନର ମୁଖ୍ୟ ମନୋଜ କୁମାର ପଟ୍ଟନାୟକ ଙ୍କୁ ଫୋନ କରି ଶବ ସତ୍କାର ରେ ସହାୟ ହେବାପାଇଁ ଅନୁରୋଧ କରିଥିଲେ । ସମାଜସେବୀ ଶ୍ରୀ ପଟ୍ଟନାୟକ ତାଙ୍କର ସହଯୋଗୀ ରୁପ୍ରାରୋଡ ନିବାସୀ ସଜ୍ଜନ କୁମାର ଅଗ୍ରଓ୍ବାଲ, ସରୋଜ ସାହୁ,ମିତ୍ରସେନ ଭୋଇ,ମନୋଜ କୁମାର ଷଡ଼ଙ୍ଗୀ ଓ ସାଥି ମାନଙ୍କୁ ନେଇ ମୃତକ ଘରେ ପହଞ୍ଚି ଥିଲେ ।
ଘଟଣାସ୍ଥଳରେ କେସିଙ୍ଗା ତହସିଲଦାର ଜ୍ୟୋତିର୍ମୟ କର,ପଲମ ଫାଣ୍ଡି ଏଏସଆଇ ଅସିତ କୁମାର ପଣ୍ଡାଙ୍କ ଉପସ୍ଥିତିରେ ଶବକୁ ଘରୁ ବାହାର କରି ଶ୍ମଶାନକୁ ନେଇ ଶବକୁ ଦାହ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ସଂପୃକ୍ତ ଗାଁ ରେ ଶବ ସତ୍କାର ପାଇଁ କେହି ବି ସାମାନ୍ୟ ସହଯୋଗ କରିବା ପାଇଁ ଆସିନଥିବା ଏକ ଦୁଃଖଦ ଘଟଣା । କରୋନା କାଳରେ ମଣିଷ ନିଜର ମାନବିକତା କୁ ହରେଇ ଦେବା ଠିକ୍ ନୁହେଁ ବୋଲି ଅନେକେ ମତ ପ୍ରକାଶ କରିଛନ୍ତି । ଏହି ପରିପ୍ରେକ୍ଷୀରେ କେସିଙ୍ଗା ବିଡିଓ ଶ୍ରୀଯୁକ୍ତ ଓଦୁ ଓ ତହସିଲଦାର ଶ୍ରୀଯୁକ୍ତ କର ସମାଜସେବୀ ମନୋଜ ପଟ୍ଟନାୟକ ଓ ସ୍ବର୍ଗଦ୍ବାର ସେବା ସଂଗଠନର ସମସ୍ତ ସଦସ୍ୟଙ୍କୁ ଅଶେଷ କୃତଜ୍ଞତା ଜଣେଇଛନ୍ତି ।

Comments are closed.