ଆନ୍ତର୍ଜାତୀୟ ବିଜ୍ଞାନ ମହୋତ୍ସବରେ ଏକମାତ୍ର ଓଡ଼ିଆ ଶିକ୍ଷକଙ୍କ ଯୋଗଦାନ

ନର୍ଲା : ଡିସେମ୍ବର ୨୨ରୁ୨୫ ପର୍ଯ୍ୟନ୍ତ ଭାରତ ଆନ୍ତର୍ଜାତୀୟ ବିଜ୍ଞାନ ମହୋତ୍ସବ ଆୟୋଜିତ ହେଉଅଛି । ଚଳିତ ବର୍ଷର ମହୋତ୍ସବର ବିଷୟବସ୍ତୁ ଥିଲା ହେଉଛି ଆତ୍ମନିର୍ଭରଶୀଳ ଭାରତ ଏବଂ ବିଶ୍ୱ କଲ୍ୟାଣ ପାଇଁ ବିଜ୍ଞାନର ଭୂମିକା । ଏହି କାର୍ଯ୍ୟକ୍ରମ କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ଘାଟନ କରିଥିଲେ । ଏହି ମହୋତ୍ସବର  ଜାତୀୟ ବିଜ୍ଞାନ ଶିକ୍ଷକ ସମ୍ମିଳନୀକୁ ପରିଚାଳନା ପାଇଁ ଓଡିଶାରୁ ଏକମାତ୍ର ବ୍ୟକ୍ତି ଭାବେ ଜୟଦୂର୍ଗା ହାଇସ୍କୁଲର ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର କର ଯୋଗଦାନ କରିଥିଲେ।

ସେ ଏହି ମହୋତ୍ସବ ର ତିନିଗୋଟି ଅଧିବେଶନ ସଫଳତାର ସହ ପରିଚାଳନା କରିଥିଲେ। ସେଗୁଡିକ ହେଲା ବିଜ୍ଞାନ ପ୍ରଦର୍ଶନ, କନିଷ୍ଠ ଓ ବରିଷ୍ଠ ବିଭାଗ ଶିକ୍ଷଣ ଭିଡିଓ ପ୍ରତିଯୋଗିତା ଯାହାର ଶୀର୍ଷକ ଥିଲା ଥିଲା “ମହାମାରୀ ସମୟରେ ନୂତନ ଶିକ୍ଷଣ କୌଶଳ” । ଏହା ପୂର୍ବରୁ ଶ୍ରୀଯୁକ୍ତ କର ନୂଆଦିଲ୍ଲୀର ୨୦୦ଟି ବିଜ୍ଞାନ କ୍ଲବ କୁ ପ୍ରଶିକ୍ଷଣ ପ୍ରଦାନ, ସର୍ବ ଭାରତୀୟ ସ୍ତରରେ ସର୍ବଶ୍ରେଷ୍ଠ ବିଜ୍ଞାନ କ୍ଲବ ସଞ୍ଚାଳକ , ପିଲାଙ୍କ ଜାତୀୟ ବିଜ୍ଞାନ କଂଗ୍ରେସ ରେ ମୂଲ୍ୟାୟନକାରୀ , ବିଦ୍ୟାର୍ଥୀ ବିଜ୍ଞାନ ମନ୍ଥନ କାର୍ୟ୍ୟକ୍ରମର ଅକାଡେମିକ ବୋର୍ଡ ସଦସ୍ୟ, ଶିକ୍ଷା ଶିଳ୍ପୀ ଶିକ୍ଷକ ପ୍ରଶିକ୍ଷଣ କାର୍ୟ୍ୟକ୍ରମର ଜାତୀୟ କାର୍ୟ୍ୟକର୍ତା , ଜାତୀୟ ପର୍ୟ୍ୟାବରଣ ମିତ୍ର ଶିକ୍ଷକ ସମ୍ମାନ ଆଦି ଅନେକ ସଫଳତା ଅର୍ଜନ କରିଛନ୍ତି। ଶ୍ରୀଯୁକ୍ତ କରଙ୍କର ଏହି ସଫଳତା ଯୋଗୁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ପ୍ରଦାନ କରା ଯାଇଛି।

Comments are closed.