ଏପ୍ରିଲ ୧୬ରେ ଭୁୁବନେଶ୍ୱରରେ ରୋଡ଼ ଶୋ’ କରିବେ ମୋଦୀ

ଭୁୁବନେଶ୍ୱର : ଏପ୍ରିଲ ୧୬(ମଙ୍ଗଳବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି। ଉକ୍ତଦିନ ପ୍ରଧାନମନ୍ତ୍ରୀ ରାଜଧାନୀ ଭୁବନେଶ୍ୱରରେ ରୋଡ଼ ଶୋ କରିବା ସହିତ ସାଧାରଣ ସଭାରେ ଯୋଗଦେବେ ବୋଲି ଦଳର ରାଜ୍ୟ ଉପସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି । ଏହି ରୋଡ଼ ଶୋ’ ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ବାହାରି ରଙ୍ଗନଗର, ଓୟୁଏଟି ଦେଇ ବରମୁଣ୍ଡା ପଡିଆ ପର୍ଯ୍ୟନ୍ତ ଯିବାର କାର୍ଯ୍ୟକ୍ରମ ରହିଛି। ଏହା ସହ ସମ୍ବଲପୁରରେ ମଧ୍ୟ ପ୍ରଚାର କରିବେ ମୋଦୀ ।

Comments are closed.