କଂଗ୍ରେସ ଉପରେ ବର୍ଷିଲେ ମୋଦୀ : କହିଲେ ମୋ କୁଶପୁତଳିକାକୁ ଜୋତା ମାର କିନ୍ତୁ ଗରିବଙ୍କ ଝୁମ୍ପୁଡି ଜାଳନି

ନୂଆଦିଲ୍ଲୀ : ନୂଆଦିଲ୍ଲୀର ରାମଲୀଳା ମଇଦାନରେ ଶନିବାର ଆୟୋଜିତ ହୋଇଥିବା ବିଜେପିର ଧନ୍ୟବାଦ ରାଲିକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଅବସରରେ ମୋଦୀ ବିରୋଧି କଂଗ୍ରେସ ଉପରେ ଖୁବ୍ ବର୍ଷିଛନ୍ତି। ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରି ସମଗ୍ର ଦେଶରେ ହେଉଥିବା ହିଂସାକୁ ସେ କଡ଼ା ନିନ୍ଦା କରିଛନ୍ତି। ସେ କହିଛନ୍ତି, ମୋ କୁଶପୁତଳିକାକୁ ଜୋତା ମାଡ଼ କରନ୍ତୁ ମାତ୍ର ଗରିବଙ୍କ ଝୁମ୍ପୁଡି ଜାଳନ୍ତୁ ନାହିଁ। ବିରୋଧିମାନେ ଭୂଲ ଭିଡ଼ିଓ ଜାରି କରି ହିଂସାକୁ ପ୍ରେତ୍ସାହନ ଦେଉଥିବା ସେ କହିଛନ୍ତି।
ମୋଦୀ କହିଛନ୍ତି, ଦୂର-ଦୂରାନ୍ତରୁ ଆସିଥିବା ଲୋକଙ୍କୁ ମୋଦୀ ଧନ୍ୟବାଦ ଦେବା ସହ ବିଧତା ମଧ୍ୟରେ ଏକତା ଭାରତର ବିଶେଷତା ବୋଲି କହିଛନ୍ତି।

Comments
Loading...