ମୋଦୀଙ୍କ ନେତୃତ୍ୱରେ ଭାରତକୁ ମିଳିବ ପି-୬ର ମାନ୍ୟତା?

0

ନୂଆଦିଲ୍ଲୀ: ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରି ଆସୁଥିବା ଜାତିସଂଘର ସୁରକ୍ଷା ପରିଷଦରେ ବିଶ୍ୱର ୫ଟି ପ୍ରମୁଖ ଶକ୍ତି(ରୁଷ, ଆମେରିକା, ଇଂଲଣ୍ଡ, ଫ୍ରାନ୍ସ ଓ ଚୀନ)ଙ୍କୁ ସ୍ଥାନ ମିଳିଥିଲା। ଏହି ଦେଶମାନଙ୍କୁ ନେଇ ପି-୫ର ଗଠନ କରାଗଲା। ବିଶ୍ୱରେ ଶାନ୍ତି ପ୍ରକ୍ରିୟା ବଜାୟ ରଖିବା କ୍ଷେତ୍ରରେ ପି-୫କୁ ସମଗ୍ର ବିଶ୍ୱର ଦାୟିତ୍ୱ ହସ୍ତାନ୍ତର କରାଗଲା। ଭାରତ ଦୀର୍ଘ ବର୍ଷ ଧରି ସୁରକ୍ଷା ପରିଷଦରେ ଅନ୍ୟତମ ସଦସ୍ୟ ଭାବେ ସାମିଲ ହେବା ପାଇଁ ଚେଷ୍ଟା ଜାରି ରଖିଥିଲେ ମଧ୍ୟ ଏହା ସମ୍ଭବ ହୋଇ ପାରିନାହିଁ।
ଜାତିସଂଘର ସୁରକ୍ଷା ପରିଷଦରେ ସଦସ୍ୟ ହେବାକୁ ଯେଉଁ ସବୁ ନିୟମ ରହିଛି(ଅର୍ଥନୀତି, କୂଟନୀତି, ପ୍ର୍‍ତିରକ୍ଷା କ୍ଷେତ୍ରରେ ଶକ୍ତି ପ୍ରମୁଖ) ସେସବୁ ଭାରତ ପାଖରେ ରହିଥିଲେ ମଧ୍ୟ ଭାରତକୁ ସଦସ୍ୟତା ପ୍ରଦାନ କରିବା କ୍ଷେତ୍ରରେ ନେହେରୁଙ୍କଠାରୁ ଆରମ୍ଭ କରି ଇନ୍ଦିରା ଗାନ୍ଧୀଙ୍କ ପରି ଟାଣୁଆ ନେତା ବିଫଳ ହୋଇଛନ୍ତି। ଏଭଳି ସମୟରେ ଦେଶର ନେତୃତ୍ୱ ନେଇଥିବା ନରେନ୍ଦ୍ର ମୋଦୀ କ’ଣ ଭାରତକୁ ଜାତିସଂଘର ସୁରକ୍ଷା ପରିଷଦର ସଦସ୍ୟତା ପ୍ରଦାନ କରିପାରିବେ? ଏହି ପ୍ରଶ୍ନ ଏବେ ଉଠିଛି।
ଦୀର୍ଘ ଦିନ ଧରି ସୁରକ୍ଷା ପରିଷଦର ବିସ୍ତାର କରାଯିବାକୁ ନେଇ ସମଗ୍ର ବିଶ୍ୱରେ ଦାବି କରାଯାଇଛି। ଏହି ଦୌଡ଼ରେ ଭାରତ ସବୁଠାରୁ ଆଗରେ ରହିଛି। ସ୍ୱାଧୀନତା ପୂର୍ବରୁ ୧୯୪୨ରେ ଜାତିସଂଘର ରୂପରେଖ ପ୍ରସ୍ତୁତ ହେଉଥିବାବେଳେ ଭାରତ ବିଶ୍ୱଶାନ୍ତି ପ୍ରତିଷ୍ଠା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଚୁକ୍ତିବଦ୍ଧ ହୋଇଛି। ଜାତିସଂଘରେ ପ୍ରଥମ ଭାରତୀୟ ଭାବେ ସାର ଏ ରାମାସ୍ୱାମୀ ମୁଦାଲିୟର ସଦସ୍ୟ ଥିଲେ।
ବର୍ତ୍ତମାନର ପି-୫ ଦେଶଙ୍କୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ବିଶ୍ୱରେ ତୃତୀୟ ବିଶ୍ୱଯୁଦ୍ଧର ସମ୍ଭାବନାକୁ ଏଡ଼ାଇବାର ଗୁରୁଦାୟିତ୍ୱ ପ୍ରଦାନ କରାଯାଇଛି। ଏହି ଦେଶଗୁଡ଼ିକ ଆର୍ôଥକ ଓ ପରାକ୍ରମରେ ଅନ୍ୟ ଦେଶ ତୁଳନାରେ ଶକ୍ତିଶାଳୀ ହୋଇଥିବାରୁ ଚୟନ ପ୍ରକ୍ରିୟାରେ ଗୁରୁତ୍ୱ ଦିଆଯାଇ ଥିଲା।
ସ୍ୱାଧୀନତା ପରେ ୧୯୫୦-୫୧ରେ ଭାରତ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଭାବେ ମନୋନୀତ ହୋଇଥିଲା। ଜାତିସଂଘରେ ୫ଜଣ ସ୍ଥାୟୀ ସଦସ୍ୟ ୧୦ଟି ଦେଶଙ୍କୁ ୨ବର୍ଷ ପାଇଁ ଅସ୍ଥାୟୀ ସଦସ୍ୟ ଭାବେ ମନୋନୀତ କରିଥାନ୍ତି। ସ୍ୱାଧୀନତା ପରଠାରୁ ଅଦ୍ୟାବଧି ଭାରତ ୭ଥର ଅସ୍ଥାୟୀ ସଦସ୍ୟ ଭାବେ ଜାତିସଂଘରେ ସକ୍ରିୟ ଭୂମିକା ଗ୍ରହଣ କରିଆସିଛି।
ସୁରକ୍ଷା ପରିଷଦରେ ଏହି ଭୂମିକା ସତ୍ତେ୍ୱ ୧୯୭୧ରେ ଭାରତକୁ ଜାତିସଂଘର ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟତା ମିଳିବାରୁ ବଞ୍ôଚତ କରାଯାଇ ଥିଲା। ଏହି ସମୟରେ ବାଂଲାଦେଶକୁ ସ୍ୱତନ୍ତ୍ର ଦେଶର ମାନ୍ୟତା ଦେବାରେ ଭାରତ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଏହା ସତ୍ତେ୍ୱ ବିଶ୍ୱର ସବୁଠାରୁ ବଡ଼ ଗଣତନ୍ତ୍ର ରାଷ୍ଟ୍ର ଭାରତକୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଲୋକତନ୍ତ୍ର ରାଷ୍ଟ୍ର ଆମେରିକାର ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଆମେରିକା ପାକିସ୍ତାନକୁ ସମର୍ଥନ କରି ତା’ର ଆଧୁନିକ ଯୁଦ୍ଧ ଜାହାଜକୁ ଭାରତ ମହାସାଗରକୁ ପ୍ରେରଣ କରିଥିଲା। ଆମେରିକାର ବିଦେଶ ମନ୍ତ୍ରୀ ବାଂଲାଦେଶ ସ୍ୱାଧୀନତା ପାଇଁ ଲଢେଇ ପାଇଁ ଭାରତକୁ ଦାୟୀ କରିଥିଲେ। ଅବଶ୍ୟ ଏହି ସମୟରେ ପି-୫ ସଦସ୍ୟଙ୍କ ମଧ୍ୟରୁ ରୁଷ ଭାରତ ସମର୍ଥନରେ ଛିଡ଼ା ହୋଇଥିଲା। ରୁଷ ତା’ର ଭିଟୋ ପାୱାର ପ୍ରୟୋଗ କରି ଭାରତ ବିରୋଧରେ ଆମେରିକାର କାର୍ଯ୍ୟାନୁଷ୍ଠାନକୁ ଅଟକାଇ ଦେଇଥିଲା।
ଆଜି ଏସବୁ ଇତିହାସ। ଇତିମଧ୍ୟରେ ଜାତିସଂଘର ସ୍ଥାୟୀ ସଦସ୍ୟତା ପାଇଁ ସମଗ୍ର ବିଶ୍ୱର ପ୍ରମୁଖ ଶକ୍ତି ମଧ୍ୟରେ ଦୌଡ଼ ଆରମ୍ଭ ହୋଇଛି। ଭାରତର ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସମୟରେ ଭାରତକୁ ୩ଥର ଜାତିସଂଘରେ ଅସ୍ଥାୟୀ ସଦସ୍ୟତା ମିଳିଥିଲା। ଅସ୍ଥାୟୀ ସଦସ୍ୟତା ମିଳିବା ସତ୍ତେ୍ୱ ସ୍ଥାୟୀ ସଦସ୍ୟତା ପାଇଁ ଭାରତର ରାସ୍ତା ସମ୍ପ୍ରସାରିତ ହୋଇପାରିନଥିବା କୁହାଯାଉଛି। ପି-୫ ଦେଶ ମଧ୍ୟରୁ ଆମେରିକା, ରୁଷ, ଫ୍ରାନ୍ସ ଓ ଇଂଲଣ୍ଡ ଭାରତକୁ ସ୍ଥାୟୀ ସଦସ୍ୟ ଭାବେ ଗ୍ରହଣ କରିବାକୁ ପ୍ରସ୍ତୁତ ଥିବାବେଳେ ଚୀନ ଏହାକୁ ବିରୋଧ କରୁଛି।
କେନ୍ଦ୍ରରେ ବିଜେପି ସରକାର ଆସିବା ପରେ ପୁଣି ଥରେ ଜାତିସଂଘରେ ଭାରତକୁ ସ୍ଥାୟୀ ସଦସ୍ୟତା ମିଳିବାର ସମ୍ଭାବନାକୁ ନେଇ ପ୍ରୟାସ ଆରମ୍ଭ ହୋଇଯାଇଛି। ବିଜେପି ଦେଶର ଶାସନ ଦାୟିତ୍ୱ ଗ୍ରହଣ ପୂର୍ବରୁ ଦେଶବାସୀଙ୍କୁ ଏ ସମ୍ପର୍କରେ ପ୍ରଚାରପତ୍ରରେ ସୂଚିତ କରିଥିଲା। ଇତିମଧ୍ୟରେ ଭାରତ ସହ ଚୀନର ସମ୍ପର୍କ ପୂର୍ବାପେକ୍ଷା ସାମାନ୍ୟ ଉନ୍ନତ ହୋଇଛି। ୨୦୧୪ରେ ଚୀନ ରାଷ୍ଟ୍ରପତି ଜିନପିଙ୍ଗ୍‍ ଭାରତ ଗସ୍ତରେ ଆସିବା ପରେ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ସୁରକ୍ଷା ପରିଷଦରେ ଭାରତକୁ ଚୀନ ସମର୍ଥନ ଦେବ ବୋଲି ଘୋଷଣା କରାଯାଇ ଥିଲା। ଅନ୍ତର୍ଜାତୀୟ କ୍ଷେତ୍ରରେ ଭାରତର ଅବଦାନ ଉଲ୍ଲେଖନୀୟ ବୋଲି ଚୀନ ସ୍ୱୀକାର କରୁଛି ବୋଲି ମଧ୍ୟ ଘୋଷଣା କରାଯାଇ ଥିଲା। ନିକଟରେ ଚୀନର “ୱାନ ବେଲ୍ଟ ୱାନ୍‍ ରୋଡ଼’ ପ୍ରକଳ୍ପକୁ ଭାରତ ସୀମାନ୍ତରେ ରୋକି ଭାରତ ନିଜ ସ୍ଥିତି ପ୍ରମାଣିତ କରିଛି। ଭାରତକୁ ଜାତିସଂଘରେ ସ୍ଥାୟୀ ସଦସ୍ୟତା ନଦେଲେ ଭାରତ ସୀମାନ୍ତରେ ଚୀନ କୌଣସି ଉନ୍ନୟନ ମୂଳକ କାର୍ଯ୍ୟ କରି ପାରିବ ନାହିଁ ବୋଲି ଭାରତୀୟ କୂଟନୀତି ବୁଝାଇବାରେ ସଫଳ ହୋଇଛି। ସେହିପରି ଆମେରିକା ଓ ଚୀନ ମଧ୍ୟରେ ଆରମ୍ଭ ହୋଇଥିବା ଟ୍ରେଡ୍‍ ୱାରରେ ଆମେରିକାଠାରୁ ଚୀନକୁ ଭାରତର ଆବଶ୍ୟକତା ଅଧିକ ରହିଛି। ଫଳରେ ଆଗାମୀ ଦିନରେ ଭାରତକୁ ସ୍ଥାୟୀ ସଦସ୍ୟତା ମିଳିବାର ବାଟ ଅଧିକ ସମ୍ପ୍ରସାରିତ ହୋଇଛି କହିବା ଭୁଲ ହେବ ନାହିଁ।

Leave A Reply