କୋଡ଼ିଏ ବର୍ଷ ପରେ ବିହାରରେ ବିଜେପି ’ବିଗ୍ ବ୍ରଦର’; ସର୍ବାଧିକ ଆସନରେ ବିଜୟୀ ଆଶା

ପାଟନା: ବିହାର ନିର୍ବାଚନ ​‌ଭୋଟ ଗଣତି ଆରମ୍ଭ ହୋଇଛି । ଅଧେ ଭୋଟର ଗଣତି ସରିଲାଣି । ଭୋଟର ଧାରା ଯାହା ଦିଶୁଛି ସେଠାରେ ବିଜେପି ଓ ଜେଡ଼ିୟୁ ମେଣ୍ଟ ଆଗରେ ରହିଛି । ଅବଶ୍ୟ କିଛି ଆସନରେ ଭୋଟ ବ୍ୟବଧାନ ଢ଼େର କମ୍ ରହିଛି । ପ୍ରାୟ ୨୫ଟି ଆସନରେ ଆଗୁଆ ଓ ଦ୍ବିତୀୟ ପ୍ରାର୍ଥୀଙ୍କ ମଧ୍ୟରେ ବ୍ୟବଧାନ ୫୦୦ ମଧ୍ୟରେ ରହିଛି । ଏହା ସତ୍ବେ ସଂଖ୍ୟାଧିକ ଆସନରେ ଏନଡ଼ିଏ ଆଗୁଆ ରହିଛି ଏବଂ ଦ୍ବିତୀୟସ୍ଥାନରେ ରହିଛି ଆରଜେଡ଼ି ନେତୃତ୍ବାଧୀନ ମହା ଗଠବନ୍ଧନ ।

କିନ୍ତୁ ନିର୍ବାଚନରେ ଏକ ଆଶ୍ଚର୍ଯ୍ୟଜନକ ଫଳାଫଳ ଦେଖିବାକୁ ମିଳିଛି । ଏଥିରେ ଏନଡ଼ିଏର ନେତୃତ୍ବ ନେଇଥିବା ନୀତିଶଙ୍କ ଜେଡ଼ିୟୁର ସ୍ଥିତି ଦୁର୍ବଳ ହୋଇଥିବାବେଳେ ବିଜେପି ଗତଥର ଅପେକ୍ଷା ଭଲ ଫଳାଫଳ କରିଛି । ବର୍ତମାନ ସୁଦ୍ଧା ବିଜେପି ୭୪ଟି ଆସନରେ ଆଗୁଆ ରହିଛି ଓ ଆସନ ସଂଖ୍ୟା ଚୂଡ଼ାନ୍ତ ଫଳାଫଳ ମିଳିବା ବେଳକୁ ୭୦ରୁ ୮୦ ମଧ୍ୟରେ ରହିବା ସମ୍ଭାବନା ରହିଛି । ୨୦୧୫ରେ ବିଜେପି ୫୩ଟି ଆସନରେ ବିଜୟୀ ହୋଇଥିଲା । ସେହିପରି ଜେଡ଼ିୟୁ ଗତଥର ଅପେକ୍ଷା ପ୍ରାୟ ୨୦ରୁ ୨୫ଟି ଆସନ କମ୍ ପାଇବାର ଗଣନା ଆରମ୍ଭ ହୋଇଛି ।

ବିହାରରେ ଏନଡ଼ିଏର ଡ଼ୋର ଧରିଥିଲେ ନୀତିଶ । ଦଳର ସଂଖ୍ୟା ଓ ସ୍ଥିତିକୁ ଦେଖି ତାଙ୍କ ଦଳ ଜେଡ଼ିୟୁକୁ ବଡ଼ ଭାଇର ମାନ୍ୟତା ମିଳିଥିଲାା ମାତ୍ର ଚଳିତ ନିର୍ବାଚନ ବଡ଼ଭାଇ  ଓ ସାନଭାଇର ସଂଜ୍ଞାକୁ ପରିବର୍ତନ କରି ଦେଇଛି । ୨୦ ବର୍ଷ ପରେ ବିଜେପି ଏଠାରେ ବଡ଼ଭାଇ ଭାବରେ ଉଭା ହୋଇଛି । ବିହାର ଜନସାଧାରଣ ବିଜେପି ଉପରେ ଅନ୍ୟଦଳଗୁଡ଼ିକଠାରୁ ଅଧିକ ଆସ୍ଥାପ୍ରକଟ କରିଛନ୍ତି । ସାମ୍ପ୍ରତିକ ଫଳାଫଳ ସହିତ ବିହାର ଏବଂ ଏନଡିଏରେ ଅନେକ ପରିବର୍ତ୍ତନ ହେବାକୁ ଯାଉଛି | ବିହାରରେ ବିଜେପି ଏବଂ ଜେଡିୟୁର ଉଭୟ ଭୂମିକା ଏବଂ ସ୍ଥିତି ବଦଳିଯିବ। ସମ୍ଭାବନା ରହିଛି ।  ଜେଡିୟୁ ବର୍ତ୍ତମାନ ପର୍ଯ୍ୟନ୍ତ ବିହାରରେ ବିଜେପିର ବଡ ଭାଇ ଖେଳୁଥିଲା। ସିଟ୍ ବଣ୍ଟନ ସମୟରେ ମଧ୍ୟ ଜେଡ଼ିୟୁକୁ ଅଧିକ ଆସନ ମିଳିଥିଲା । ଏହା ସତ୍ବେ ଜେଡ଼ିୟୁ ନିଜର ପତିଆରା ସାବ୍ୟସ୍ତ କରିବାରେ ଅନେକାଂଶରେ ସଫଳ ହୋଇନାହିଁ ।

ବିହାରରେ ଏନଡିଏର କାହାଣୀ: ୨୦ ବର୍ଷରେ  ନୀତୀଶ ବିଜେପି ସମର୍ଥନରେ ୪ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି , କିନ୍ତୁ ବିଜେପିକୁ ବିହାରରେ ସବୁବେଳେ ସାନ ଭାଇର ମାନ୍ୟତା ମିଳିଛି ।

୨୦୦୦: ବିଜେପିଙ୍କ ସମର୍ଥନରେ ନୀତୀଶ କୁମାର ପ୍ରଥମ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ, ମାତ୍ର ଏହି ପଦବୀରେ ମାତ୍ର ୭ ଦିନ ରହିଥିଲେ ।

୨୦୦୫: ବିହାର ବିଧାନସଭାର ତ୍ରୟୋଦଶ ନିର୍ବାଚନରେ ଏନଡ଼ିଏକୁ ମିଳିଥିଲା ୯୨ ଆସନ । ବିଜେପି  ୩୭ ଟି ଏବଂ ଜେଡିୟୁ ୫୫ ଟି ଆସନ ପାଇଥିଲେ । କୌଣସି ଦଳ ସଂଖ୍ୟାଗରିଷ୍ଠତା ହାସଲ ନ କରିବା କାରଣରୁ ରାଷ୍ଟ୍ରପତି ନିର୍ବାଚନ ଲାଗୁ ହୋଇଥିଲା ଓ ପୁନର୍ବାର ଭୋଟ ହୋଇଥିଲା ।

୨୦୦୫: ଛଅ ମାସ ପରେ ପୁଣିଥରେ ରାଜ୍ୟରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା | ଏନଡିଏ ୧୪୩ ଟି ସିଟ୍ ପାଇଥିଲା। ଜେଡିୟୁ ୮୮ ଏବଂ ବିଜେପି ୫୫ ଆସନ ଦଖଲ କରିଥିଲେ ଓ ନୀତିଶ ମୁଖ୍ୟମନ୍ତ୍ରୀ ହୋଇଥିଲେ ।

୨୦୧୦: ଏନଡିଏ୨୪୩ଟି ସିଟ୍ ମଧ୍ୟରୁ ୨୦୬ ଟି  ଆସନରେ ବିଜୟୀ ହୋଇଥିଲା । ଏଥର ଜେଡିୟୁ୧୧୫ ଟି ସିଟ୍ ଏବଂ ବିଜେପି ୯୧ ଟି ଆସନ ଦଖଲ କରିଥିଲା । ଏହାପରେ ନୀତିଶଙ୍କ ସ୍ଥିତି ଦୃଢ଼ୀଭୂତ ହୋଇଥିଲା ଓ ଜେଡ଼ିୟୁ ବିଜେପି ଉପରେ ବଡ଼ଭାଇ ପଣିଆ ସାବ୍ୟସ୍ତ କରିଥିଲା । ପରିଣତିସ୍ବରୁପ  ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ଏନଡ଼ିଏରୁ ଜେଡ଼ିୟୁ ଅଲଗା ହୋଇ ଯାଇଥିଲା ।

୨୦୧୫: ଜେଡିୟୁ ଏବଂ ବିଜେପି ପୃଥକ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଏଥିରେ ଜେଡିୟୁ-ଆରଜେଡି-କଂଗ୍ରେସ ମହାଗଠବନ୍ଧନ  ଆସନ ଟି ଆସନ ପାଇଥିଲା । ଜେଡ଼ିୟୁକୁ ୭୧, ଆରଜେଡ଼ିକୁ ୮୦ ସ ବିଜେପିକୁ ୫୩ ଆସନ ମିଳିଥିଲା । ମାତ୍ର ୩ ବର୍ଷ ପରେ ମହାଗଠନବନ୍ଧନ ଭାଙ୍ଗି ଯାଇଥିଲା । ଜେଡ଼ିୟୁକୁ ସରକାର ଗଢ଼ିବା ପାଇଁ ପୁଣିଥରେ ବିଜେପି ସହଯୋଗ ଦେଇଥିଲା ଓ ନୀତିଶ ମୁଖ୍ୟମନ୍ତ୍ରୀ ହୋଇଥିଲେ ।

୨୦୨୦: ଚଳିତ ବିଧାନସଭା ନିର୍ବାଚନରେ ​​ବିଜେପି ଏବଂ ଜେଡିୟୁ ପୁଣି ଏକାଠି ନିର୍ବାଚନ ଲଢ଼ିଲେ । ଜେଡ଼ିୟୁକୁ ୧୨୨ ଓ ବିଜେପିକୁ ୧୨୧ ଆସନରେ ଲଢ଼ିବାକୁ ସୁଯୋଗ ମିଳିଲା । ବର୍ତମାନ ପୂର୍ଣ ଫଳାଫଳ ଆସନାହିଁ । କିନ୍ତୁ ବିଜେପି ଜେଡ଼ିୟୁଠାରୁ ଆସନ ସଂଖ୍ୟା ଅଧିକ ପାଇବବୋଲି ଆକଳନ କରାଯାଉଛି ।

Comments are closed.