ସ୍ଥିତି ବଞ୍ଚାଇବାକୁ ବିରୋଧୀଙ୍କ ମହାମେଣ୍ଟ: ମୋଦୀ

0

ଚେନ୍ନଇ : ଲୋକସଭା ନିର୍ବାଚନରେ କେନ୍ଦ୍ରର ଶାସକ ବିଜେପି ନେତୃତ୍ବ ଏନଡିଏକୁ ହଟାଇବା ପାଇଁ ବିରୋଧୀ ଦଳଗୁଡିକ ମହାମେଣ୍ଟ କରିବାକୁ ଯାଉଛନ୍ତି। କେତେକ ରାଜ୍ୟ ବିଧାନସଭା ନିର୍ବାଚନରେ ମହାମେଣ୍ଟକୁ ସଫଳତା ମିଳିବା ପରେ ଏହି ପରିକଳ୍ପନା ପାଇଁ ଜୋରଦାର ପ୍ରୟାସ ଚାଲିଛି। ତେବେ ଏପରି ମହାମେଣ୍ଟକୁ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ରବିବାର ମୋଦୀ କହିଛନ୍ତି ଯେ ଏହି ମହାମେଣ୍ଟର କୌଣସି ନୀତି କିମ୍ବା ଆଦର୍ଶ ନାହିଁ। ଏହି ମହାମେଣ୍ଟର ମୂଳ ଉଦ୍ଦେଶ୍ୟ ହେଉଛି କ୍ଷମତା ହାସଲ କରିବା ଓ ବ୍ୟକ୍ତିଗତ ଅଭିଳାଷ ପୂରଣ କରିବା। ବିରୋଧୀ ଦଳର କେତେକ ନେତା ନିଜର ବ୍ୟକ୍ତିଗତ ସ୍ଥିତିକୁ ବଞ୍ଚାଇ ରଖିବା ଲାଗି ଏପରି ମହାମେଣ୍ଟ ଗଠନ କରିବାକୁ ତତ୍ପରତା ଦେଖାଉଛନ୍ତି। ଏହା ପଛରେ ସାଧାରଣ ଜନତାଙ୍କ ସ୍ବାର୍ଥ ଜଡିତ ନାହିଁ। ଚେନ୍ନଇରେ ଦଳୀୟ କାର୍ଯ୍ୟକ୍ରମ ‘ମୋ ବୁଥ ଏକ ଶକ୍ତ ବୁଥ’ରେ ଯୋଗ ଦେଇ ମୋଦୀ ଏହା କହିଛନ୍ତି।
ମୋଦୀ କହିଛନ୍ତି ଯେଉଁସବୁ ବିରୋଧୀ ଦଳଗୁଡିକ ମହାମେଣ୍ଟ ଲାଗି ଏକାଠି ହୋଇଛନ୍ତି ସେମାନେ ପରସ୍ପର ପାଇଁ ଅକ୍ସିଜେନ ପାଲଟିଛନ୍ତି। ଯେଉଁମାନେ ଦି‌େ​‌ନ କଂଗ୍ରେସର ନୀତି ଓ ଆଦର୍ଶକୁ ବିରୋଧ କରୁଥିଲେ ଏବେ ସେମାନେ ତାହା ସହିତ ହାତ ମିଶାଇଛନ୍ତି। କଂଗ୍ରେସ ଓ ଏହାର ବ୍ୟବସ୍ଥାକୁ ଯେଉଁମାନେ ବିରୋଧ କରୁଥିଲେ ସେମାନେ ନିର୍ଯାତନାର ସମ୍ମୁଖୀନ ହୋଇଛନ୍ତି। ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମଜି ରାମଚନ୍ଦ୍ରନଙ୍କ ଭଳି ନେତା ମଧ୍ୟ କଂଗ୍ରେସର ନିର୍ଯାତନାରୁ ବର୍ତ୍ତି ନାହାନ୍ତି। ବିଧାନସଭାରେ ଏମଜିଆରଙ୍କ ସମର୍ଥନ ରହିଥିଲେ ମଧ୍ୟ କଂଗ୍ରେସ ରାଜଭବନର କ୍ଷମତା ପ୍ରୟୋଗ କରି ତାଙ୍କ ସରକାରକୁ ବରଖାସ୍ତ କରିଥିଲା। କଂଗ୍ରେସକୁ ବିରୋଧ କରିବାକୁ ଯାଇ ତେଲୁଗ ଦେଶମ ପାର୍ଟି (ଟିଡିପି) ଗଠନ ହୋଇଥିଲା। ମାତ୍ର ଏହି ଟିଡିପି ଏବେ ମହାମେଣ୍ଟରେ ସାମିଲ ​‌େ​‌ହାଇ କଂଗ୍ରେସ ସହ ହାତ ମିଳାଇଛି। ଏହି ହାତ ମିଳାଇବା ପଛରେ ଦେଶର ସ୍ବାର୍ଥ ନୁହେଁ ବ୍ୟକ୍ତିଗତ ସ୍ବାର୍ଥ ଜଡିତ ରହିଛି। ଦଳୀୟ କାର୍ଯ୍ୟକ୍ରମରେ ମୋଦୀ ସରକାରଙ୍କ ଯୋଜନା ସମ୍ପର୍କରେ ଭୋଟରମାନଙ୍କୁ ସଚେତନ କରାଇବାକୁ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ। ଚେନ୍ନଇ, ମଦୁରାଇ, ତ୍ରିଚି ଓ ତିରୁଭାଲୁରରେ ମୋଦୀ ଦଳୀୟ କର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

Leave A Reply