ପୂର୍ବତନ ରାଜ୍ୟସଭା ସାଂସଦ ନରେନ୍ଦ୍ର ସ୍ୱାଇଁଙ୍କ ପରଲୋକ

ଭୁବନେଶ୍ବର: ପୂର୍ବତନ ରାଜ୍ୟସଭା ସଦସ୍ୟ ନରେନ୍ଦ୍ର କୁମାର ସ୍ୱାଇଁଙ୍କର ସୋମବାର ପରଲୋକ ଘଟଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା କାରଣରୁ ସେ ଚିକିତ୍ସାଧିନ ଥିଲେ। ସେ ବିଜୁ ଜନତା ଦଳରୁ ୨୦୧୫ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ସ୍ବାର୍ଗତ ସ୍ବାଇଁ ଦୀର୍ଘ ଦିନଧରି ବିଜେଡିର ସାଙ୍ଗଠାନିକ କାର୍ଯ୍ୟରେ ନିୟୋଜିତ ଥିଲେ ।

ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗଭୀର ଶୋକ ପ୍ରକାଶ କରିଛନ୍ତି।

ଆଜି ସନ୍ଧ୍ୟା ୭ଟାରେ ବିଜେଡି ମୁଖ୍ୟାଳୟରେ ଏହି ବରିଷ୍ଠ ନେତାଙ୍କ ଉଦେଶ୍ୟରେ ଏକ ଶୋକଶଭା ଆୟୋଜନ କରାଯାଇଛି ବୋଲି ବିଜେଡି ସାଧାରଣ ସମ୍ପାଦକ ସଞ୍ଜୟ ଦାସ ବର୍ମା ଜଣାଇଛନ୍ତି।

Comments
Loading...