ଦୃଷ୍ଟିହୀନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କଲା ନାରୟଣ ସେବା ସମିତି

ଭୂବନେଶ୍ୱର : ମହାମାରୀ କରୋନା ସମୟରେ ଦୃଷ୍ଟିହୀନମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ରାଜସ୍ଥାନ ଉଦୟପୁର ନାରାୟଣ ସେବା ସମିତି ପକ୍ଷରୁ ଅନୁଷ୍ଠାନର କର୍ମକର୍ତ୍ତାମାନେ ଉତ୍କଳ ଦୃଷ୍ଟିହୀନ ସଂଘ କାର୍ଯ୍ୟାଳୟରେ ପହଞ୍ଚି ଅସହାୟଙ୍କ ମୁହଁରେ ହସ ଫୁଟାଇଛନ୍ତି। ଏହି ଅବସରରେ ସେମାନେ ୧୦୯ ଜଣ ନିଃସହାୟ ଦୃଷ୍ଟିହୀନ ସହାୟତା ଦେଇଛନ୍ତି। ସମସ୍ତଙ୍କୁ ୧୦୦୦ଟଙ୍କାର ଖାଦ୍ୟ ପୁଡ଼ିଆ ପ୍ରଦାନ କରିଛନ୍ତି। କୋଭିଡ଼ ନିୟମ ମୁତାବକ ଏକ ଖୋଲା ପଡ଼ିଆରେ ଏହି ଶୁଖିଲା ଖାଦ୍ୟ ଦୃଷ୍ଟିହୀନମାନଙ୍କୁ ବଣ୍ଟନ କରାଯାଇଥିଲା। ଦୁର୍ଦ୍ଦିିନ ସମୟରେ ନାରାୟଣ ସେବା ସଂଗଠନର ଏଭଳି ମହତ୍ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଶାନ୍ତ ଅଗ୍ରୱାଲ, ଲାଲ ସିଂ ଭାଟି, ଶରତ କୁମାର ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ସଫଳ କରାଇବାରେ ଦୃଷ୍ଟିହୀନ ସଂଘର କେୟାର ଟେକର ରଶ୍ମିରଞ୍ଜନ ସାହୁ ସହଯୋଗ କରିଥିଲେ।

Comments are closed.