ଆଶ୍ରମକୁ ବୋମାମାଡ଼, ଖଣ୍ଡା ଜବତ

ନରସିଂହପୁର: ସ୍ବାମୀ ନିଗମାନନ୍ଦ ଆଶ୍ରମରେ ଭଙ୍ଗାରୁଜା ଓ ବୋମାମାଡ଼ ହୋଇଛି। ବୋମାମାଡ଼ରେ ଆଶ୍ରମର ଅଧିକାଂଶ ଆସବାବପତ୍ର ନଷ୍ଟ ହୋଇଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରାଯାଇଛି। ପୁଲିସ ପକ୍ଷରୁ ବୋମାମାଡ଼ ଘଟଣାରେ ସ୍ଥାନୀୟ ଜଣେ ଯୁବକକୁ ଅଟକ ରଖାଯାଇଛି ଏବଂ ପୁଲିସର ଛାନଭିନ ଜାରି ରଖିଛି। ଅଟକ ଯୁବକ ନିକଟରୁ ପୁଲିସ ଏକ ଖଣ୍ଡା ଜବତ କରିଥିବା ଜଣାପଡ଼ିଛି।

Comments are closed.