ମୋଦୀ ସରକାର କାର୍ଯ୍ୟକାଳରେ ସଂଖ୍ୟାଲଘୁ ସୁରକ୍ଷିତ : ମୁକ୍ତାର ଆବାସ ନକଭି

ସାଲେପୁର : କେନ୍ଦ୍ରାପଡା ଲୋକସଭା ଅନ୍ତର୍ଗତ ସାଲେପୁର ନିର୍ବାଚନ ମଣ୍ଡଳୀରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁକ୍ତାର ଆବାସ ନକଭି ଯୋଗ ଦେଇଛନ୍ତି। ଏହି ସଭାରେ ମନ୍ତ୍ରୀ ମୁକ୍ତାର ଆବାସ ନକଭି ମୋଦୀ ସରକାର ହିନ୍ଦୁ ମୁସଲମାନ ଭେଦଭାବ ନକରି ସମସ୍ତଙ୍କ ବିକାଶ କରିଥିବା କହିଛନ୍ତି। ସେ ଆହୁରି କହିଛନ୍ତି ମୋଦୀ ସରକାରଙ୍କ କାର୍ଯ୍ୟକାଳରେ କୌଣସି ଦଙ୍ଗା ହୋଇନାହିଁ। ଏହାବ୍ୟତୀତ ନକଭି ସଭାରେ ଥିବା ଲୋକମାନଙ୍କୁ କେନ୍ଦ୍ର ସରକାରଙ୍କ ଉନ୍ନତିମୂଳକ ଯୋଜନା ବିଷୟରେ କହିଥିଲେ। ସାଲେପୁର ବିଧାନସଭା ପ୍ରାର୍ଥୀ ପ୍ରକାଶ ବେହେରା ଓ କେନ୍ଦ୍ରପଡା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କୁ ବିଜୟୀ ପାଇଁ ନିବେଦନ କରିଥିଲେ।

Comments are closed.