ନନ୍ଦନକାନନରେ ପୁଣି ଗଡ଼ିବ ଶିଶୁ ରେଳଗାଡ଼ିି

0

ନନ୍ଦନକାନନ : ନନ୍ଦନକାନନରେ ପୁଣି ଶିଶୁ ରେଳଗଡ଼ିି ଗଡ଼ିବା ସ୍ପଷ୍ଟ ହୋଇଛି। ଏହି କାର୍ଯ୍ୟ ହାତକୁନେଇଥିବା ସଂସ୍ଥାର ଅଧିକାରୀ ମଙ୍ଗଳବାର ଏଠାରେ ପହଞ୍ଚି ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ଫେରି ଯାଇଛନ୍ତି। ଏଥିପାଇଁ ଆହୁରି ଏକ ବର୍ଷ ସମୟ ଲାଗିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି।
୨୦୦୮ରୁ ରେଲ ଇଣ୍ଡିଆ ଟେକିନିକାଲ ଆଣ୍ଡ ଇକୋନୋମିକ ସର୍ଭିସ ସଂସ୍ଥା ଶିଶୁ ରେଳଗାଡ଼ିି ପ୍ରକଳ୍ପର ପୁନରୁଦ୍ଧାର ପାଇଁ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ସହ ଚୁକ୍ତିବଦ୍ଧ ହୋଇଥିଲେ। ଏଥିପାଇଁ ୪କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି। ଏହି ଅର୍ଥ ମହାନଦୀ କୋଲ୍‍ଫିଲିମିଟେଡ୍‍ ସଂସ୍ଥା ନନ୍ଦନକାନନକୁ ପ୍ରଦାନ କରିଛି। ଏହିଅର୍ଥରେ ରେଳ ଧାରଣା,ବଗି,ଇଞ୍ଜିନ ନୂଆ ଲାଗିବା ସହ ୧.୦୫ମିଟର ଲମ୍ବ ,ଚଉଡ଼ା ୮ଇଞ୍ଚ ଓ୧୬୮୫ମିଟର ଟ୍ରାକ ଲାଗିବା ସହ ପ୍ରଥମକରିି ନ୍ୟାରୋଗେଜ୍‍ ସ୍ଲିପର ବ୍ୟବହାର କରାଯିବ। ଏଥିପାଇଁ ଆବଶ୍ୟୀୟ ସାମଗ୍ରୀ ମିଳିବା କଷ୍ଟସାଧ୍ୟ ହେଉଥିବାରୁ ଏହି ସଂସ୍ଥା ଅଧିକ ୧ବର୍ଷ ସମୟ ମାଗିଛି। ମଙ୍ଗଳବାର ଏହି ସଂସ୍ଥାର ସମୂହ ମହାପ୍ରବନ୍ଧକ ମହେଶକୁମାର ବେହେରା ,ସହ ମହାପ୍ରବନ୍ଧକ କେ.ଭେଙ୍କଟେସ,ସାଇଟ୍‍ ଇନଚାର୍ଜ ବିଶ୍ୱଜିତ ଓଝା ନନ୍ଦନକାନନରେ ପହଞ୍ଚି ଏସିଏଫ ଅମୁଲ୍ୟକୁମାର ପରିଡ଼ାଙ୍କ ସହ ଆଲୋଚନା କରି ଫେରିଛନ୍ତି।
୧୯୭୧ ଅଗଷ୍ଟ ୮ରେ ଶିଶୁ ରେଳଗାଡ଼ି ବ୍ୟବସ୍ଥା ନନ୍ଦନକାନନରେ ଆରମ୍ଭ କରାଯାଇଥିଲା। ୧୯୯୩ ନଭେମ୍ବର୧୪ରେ ଏହାକୁ ନନ୍ଦନକାନନ କର୍ତ୍ତୃପକ୍ଷ ନବୀକରଣ କରିବା ସହ ୨୦୦୭ ପର୍ଯ୍ୟନ୍ତ ନିଜ ଅଧୀନରେ ରଖି ଚଳାଇଥିଲେ।୨୦୦୮ରେ ଶିଶୁ ରେଳଗାଡ଼ିର ଘରୋଇକରଣ କରାଯାଇ ୫ବର୍ଷିୟା ଚୁକ୍ତିରେ ଗଙ୍ଗାଧର ରାଉତନାମକ ଜଣେ ଠିକାଦାରଠାରୁ ୬ଲକ୍ଷ ୬ହାଜାର ୮୪୬ ଟଙ୍କାରେ ଟେଣ୍ଡର ମାଧ୍ୟମରେ ଦିଆଯାଇଥିଲା। ୨୦୧୩ ଅଗଷ୍ଟ୭ରେ ସିଟିକନ ନାମକ ସଂସ୍ଥା ପରବର୍ତ୍ତି ପର୍ଯ୍ୟାୟରେ ଏହାକୁ ଚଳାଇବାକୁ ୫ବଷ ର୍ପାଇଁ ନେଇଥିଲା। ନବୀକରଣ କରିବା ସହ ୨୦୦୭ ପର୍ଯ୍ୟନ୍ତ ଏହାକୁ ନନ୍ଦନକାନନ କର୍ତ୍ତୃପକ୍ଷ ନିଜ ଅଧୀନରେ ରଖି ଚଳାଇଥିଲେ। ନନ୍ଦନକାନନ କର୍ତ୍ତୃପକ୍ଷ ରାଜସ୍ୱ ବାବଦରେ ୧୨ଲକ୍ଷ ୫୦ହାଜରେ ଟଙ୍କ ପାଇଥିଲେ। ୨୦୧୪ରେ ନେଇଥିବା ଠିକାଦାର ନନ୍ଦନକାନନସହ କରିଥିବା ଚୁକ୍ତିରୁ ଦୂରେଇ ଯିବାପରେ ଶିଶୁ ରେଳଗାଡ଼ିି ଚଳାଚଳରେ ଅଚଳାବସ୍ଥା ଦେଖାଦେଇଥିଲା।

Leave A Reply