ଅକ୍ଟୋବର ୪ରୁ ଖୋଲିବ ନନ୍ଦନକାନନ

ଭୁବନେଶ୍ଵର : ପର୍ଯ୍ୟଟକମମାନଙ୍କ ପାଇଁ ଅକ୍ଟୋବର ୪ରୁ ଖୋଲିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ। ନନ୍ଦନକାନନ ସହ ବଟାନିକାଲ ଗାର୍ଡେନ ମଧ୍ୟ ଖୋଲିବ। ଉଭୟ ଅନଲାଇନ୍ ଓ ଅଫଲାଇନରେ ଟିକଟ ବିକ୍ରି କରାଯିବ। ମାତ୍ର ଅଫଲାଇନରେ ଧାଡିକରି ନୁହେଁ ଜଣେ ଲେଖାଏଁ ଟିକଟ କରିପାରିବେ। ମାସ୍କ ପିନ୍ଧିନଥିବା ଲୋକଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ। ଏନେଇ ନନ୍ଦନକାନନ ଉପ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। କରୋନା କଟକଣା ପାଇଁ ଅନେକ ଦିନ ହେବ ନନ୍ଦନକାନନ ବନ୍ଦ ରହିଛି।

Comments are closed.