ମେ ୧ ରୁ ୧୫ ନନ୍ଦନକାନନ, ବଟାନିକାଲ ଗାର୍ଡେନ ବନ୍ଦ

ଭୁବନେଶ୍ୱର : ରାଜ୍ୟରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ। ଏହାକୁ ଦୃଷ୍ଟିରେ ରଖି ବହୁ ସ୍ଥାନରେ ଦୋକାନ ବଜାର ବନ୍ଦ ସହ ବିିଭିନ୍ନ କଟକଣା ଜାରି କରାଯାଉଛି। ରାଜଧାନୀରେ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ବିଭିନ୍ନ ଦୋକାନ ବଜାର ସିଲ୍‍ କରାଯାଉଥିବା ବେଳେ ଆସନ୍ତା ମେ ୧ ରୁ ୧୫ ତାରିଖ ଯାଏଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ବଟାନିକାଲ ଗାର୍ଡେନ ବନ୍ଦ ରଖିବା ପାଇଁ କର୍ତ୍ତୃପକ୍ଷଙ୍କ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଅନ୍ୟପକ୍ଷରେ ସପ୍ତାହନ୍ତ ସଟଡାଉନରେ ଜଣେ ମାତ୍ର ପର୍ଯ୍ୟଟକ ଆସୁନଥିବା ଜଣାପଡିଛି। ପର୍ଯ୍ୟଟକ ଆସିବା ଦ୍ୱାରା ଭିଡ ସହ ସଂକ୍ରମଣ ବୃଦ୍ଧି ପାଇଁ ଆଶଙ୍କା ନେଇ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।

Comments are closed.