ନନ୍ଦନକାନନ – କାର୍ଯ୍ୟକ୍ଷମ ହେଲା ମୋବାଇଲ ଆପ୍‍

ନନ୍ଦନକାନନ: ଏଣିକି ନନ୍ଦନକାନନ ପ୍ରାଣୀଉଦ୍ୟାନ ସମ୍ପର୍କରେ ଜାଣିବା ସହଜ ହେବ। ଏଥିପାଇଁ ଏକ ଆପ୍‌ ବ୍ୟବସ୍ଥା ହୋଇଛି ଯାହା ପର୍ଯ୍ୟଟକ ଏବଂ ନନ୍ଦନକାନନ କର୍ମଚାରୀଙ୍କ ପାଇଁ ଖୁସି ଖବର। ନନ୍ଦନକାନନ ପାଇଁ ସ୍ୱତନ୍ତ୍ର ଆପ୍‍ କାର୍ଯ୍ୟକ୍ଷମ ହେବା ଦେଶ​‌ରେ ଦ୍ଵିତୀୟ। ଏହା ପୂର୍ବରୁ ପ୍ରଥମ ଥର ପାଇଁ ଚେନ୍ନଇ ଚିଡ଼ିଆଖାନାରେ ୨୦୧୮ରେ ଆପ୍‍ କାର୍ଯ୍ୟକ୍ଷମ ହୋଇଥିଲା। ବର୍ତ୍ତମାନ ‘ନନ୍ଦନକାନନ ଆପ୍‍’ କାର୍ଯ୍ୟକାରୀ ହେବା ଦ୍ଵିତୀୟ ଘଟଣା।

ପର୍ଯ୍ୟଟକମାନେ ମୋବାଇଲ ଆପ୍‍ ଜରିଆରେ ନନ୍ଦନକାନନର ସମସ୍ତ ତଥ୍ୟ ଜାଣିପାରିବେ। ଅନ୍‍ଲାଇନ୍‍ ଟିକଟ୍‍, ଜନ୍ତୁଙ୍କ ବିବରଣୀ, ନିଖୋଜ ବ୍ୟକ୍ତିଙ୍କ ସନ୍ଧାନ, ଏହାସହ ମୋବାଇଲ ଆପ୍‍ ଜରିଆରେ ଇ-ଟେଣ୍ଡର, ବୃକ୍ଷଲତାଙ୍କ ନାମ, ଶିକ୍ଷା ଓ ସଚେତନତା ଭଳି ସମସ୍ତ ତଥ୍ୟ ଉପଲବ୍‍ଧ ହେବ। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସଫାରୀ, ନୌକାଚାଳନା, ମାଛ ଘର, ସୂଚନା କେନ୍ଦ୍ର, ପାଦଚଲା ବିହଙ୍ଗ ସାରଣୀ ଆଦି ବିଷୟରେ ସହଜରେ ଜାଣିପାରିବେ। ଏହା ଜରିଆରେ ଯେକୌଣସି ବ୍ୟକ୍ତି ଚାହିଁଲେ ଜନ୍ତୁଙ୍କୁ ପୋଷ୍ୟ ଜନ୍ତୁ ଭାବରେ ଗ୍ରହଣ କରିବାର ସୁବିଧା ଉପଲବ୍‍ଧ ହେବ। ଏହା ଦେଶରେ ୨ୟ ଚିଡ଼ିଆଖାନା ଭାବରେ ମୋବାଇଲ୍‍ ଆପ୍‍ର ପ୍ରଚଳନ ଜାତୀୟସ୍ତରର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ସହାୟକ ହେବ।

Comments are closed.