ଶନି ଓ ରବିବାର ଖୋଲା ରହିବ ନନ୍ଦନକାନନ

ନନ୍ଦନକାନନ: ଚଳିତ ମାସ ପହିଲାରୁ ସରକାର କୋଭିଡ କଟକଣା କୋହଳ କଲାପରେ ନନ୍ଦନକାନନ କର୍ତ୍ତୃପକ୍ଷ ପ୍ରାଣୀ ଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନ(ବଟାନିକାଲ ଗାର୍ଡେନ)ର ନିୟମ ବଦଳାଇଛନ୍ତି। କର୍ତ୍ତୃପକ୍ଷ ପୂର୍ବପରି ସପ୍ତାହର ସୋମବାର ବନ୍ଦ ରଖିଥିବାବେଳେ ଶନି ଓ ରବିବାର ଉଭୟ ଉଦ୍ୟାନ ଖୋଲା ରଖିବାକୁ ନିଷ୍ପତ୍ତି ନେଇଛନ୍ତି। କରୋନା କଟକଣା ପାଇଁ ସରକାର କଟକ, ପୁରୀ ଓ ଖୋର୍ଦ୍ଧା ଜିଲାରେ ପ୍ରତି ଶନି ଓ ରବିବାର ସପ୍ତାହାନ୍ତ ବନ୍ଦ ଘୋଷଣା କରିଥିବାରୁ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଥିଲେ। ଏବେ ପ୍ରତି ଶନି ଓ ରବିବାର ଉଭୟ ଉଦ୍ୟାନ ଖୋଲାଯିବ ଓ ସୋମବାର ବନ୍ଦ ରହିବ ବୋଲି ଗୁରୁବାର ଉପନିର୍ଦେଶକ ଡ. ସଞ୍ଜିତ କୁମାର ସୂଚନା ଦେଇଛନ୍ତି।

Comments are closed.