ନନ୍ଦନକାନନରେ ପକ୍ଷୀଗଣନା ଶେଷ

ନନ୍ଦନକାନନ : ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ବଟାନିକାଲ ଗା‌େର୍ଡନ ମଝିରେ ଥିବା ପ୍ରାକୃତିକ ସୌନ୍ଦର୍ଯ୍ୟଭରା କାଞ୍ଜିଆହ୍ରଦରେ ପ୍ରତିବର୍ଷ ପରି ଚଳିତବର୍ଷ ପ୍ରାଣୀ ଉଦ୍ୟାନ ତରଫରୁ ଗତ ରବିବାର ଗେଣ୍ଡାଳିଆ ପକ୍ଷୀ ଗଣନା ଶେଷ ହୋଇଛି। ନନ୍ଦନକାନନ ପଦାଧିକାରୀଙ୍କ ତତ୍ତ୍ବାବଧାନରେ ଗଣନା ହୋଇଥିଲା। ଚଳିତ ବର୍ଷ ୨୪୭ ଗଛ ଉପରେ ୩୧୬୮ଟି ବସା ଠାବ କରାଯାଇଛି। ସେଥିରେ ୧୨,୬୭୩ଟି ପକ୍ଷୀ ଓ ଶାବକ ଥିବା ଜଣାପଡ଼ିଛି। ଭିତରକନିକା ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପକ୍ଷୀ ଗଣନାରେ ଦ୍ବିତୀୟ ସ୍ଥାନ ଅଧିକାର କରିଛି ବୋଲି ନନ୍ଦନକାନନ ଉପନିର୍ଦେଶକ ବିମଳ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି।

Comments are closed.