ଉପହାରରେ ଇନ୍ଦୋର ଗଲେ ଦୁଇ ଜଳହସ୍ତୀ

ନନ୍ଦନକାନନ : ନନ୍ଦନକାନନ ପ୍ରାଣୀଉଦ୍ୟାନରୁ ଉପହାରରେ ରବିବାର ରାତିରେ ଦୁଇ ଜଳହସ୍ତୀ ମଧ୍ୟପ୍ରଦେଶ ଇନ୍ଦୋର କମଳାନେହରୁ ପ୍ରାଣୀ ଉଦ୍ୟାନକୁ ଯାଇଛନ୍ତି। କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ଅନୁମୋଦନକ୍ରମେ ନନ୍ଦନକାନନ କର୍ତ୍ତୃପକ୍ଷ ଗୋଟିଏ ୬ ବର୍ଷର ଅଣ୍ଡିରା ଜଳହସ୍ତୀ ଶମ୍ଭୁ ଓ ୫ ବର୍ଷର ମାଈ ଜଳହସ୍ତୀ ପିଙ୍କିକୁ ପଠାଇଛନ୍ତି । ଏହି ଦୁଇ ଜଳହସ୍ତୀଙ୍କୁ ନେବାପାଇଁ ଇନ୍ଦୋର ପ୍ରାଣୀ ସଂଗ୍ରହାଳୟର ଜଣେ ଚିକିତ୍ସିକ, ଫରେଷ୍ଟଗାର୍ଡ଼ ଓ ଜନ୍ତୁରକ୍ଷକଙ୍କ ସମେତ ୭ ଜଣ ଆସିଥିଲେ । ନନ୍ଦନକାନନ ଉପନିର୍ଦେଶକ ବିମଳପ୍ରସନ୍ନ ଆଚାର୍ଯ୍ୟଙ୍କ ତତ୍ତ୍ବାବଧାନରେ ବରିଷ୍ଠ ବନ୍ୟପ୍ରାଣୀ ଚିକିତ୍ସକ ଡାକ୍ତର ଆଲୋକକୁମାର ଦାସ, ଫରେଷ୍ଟଗାର୍ଡ଼ ରାମଚନ୍ଦ୍ର କାଣ୍ଡି, ଜନ୍ତୁରକ୍ଷକ ଜବାର ପ୍ରମୁଖ ଦୁଇଟି ଯନ୍ତାରେ ଜଳହସ୍ତୀଙ୍କୁ ପୂରାଇ ଟ୍ରକଯୋଗେ ପଠାଇଛନ୍ତି।

Comments are closed.