ପ୍ରହସନ ପାଲଟିଛି ପ୍ଲାଷ୍ଟିକ ମୁକ୍ତ ନନ୍ଦନକାନନ ଯୋଜନା

ନନ୍ଦନକାନନ :ଦେଶ ଓ ରାଜ୍ୟରେ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ସରକାରୀ ସ୍ତରରେ ନିର୍ଦ୍ଦେଶ ରହିଛି। ନନ୍ଦନକାନନ ପ୍ରାଣୀଉଦ୍ୟାନରେ ମଧ୍ୟ ଏହି ଯୋଜନା ପୂର୍ବରୁ ଲାଗୁ ହୋଇଥିଲା। ତେବେ ଏହାକୁ କର୍ତ୍ତୃପକ୍ଷ ଗୁରୁତର ସହ ନେଇଥିଲେ। ଚଳିତ ଡିସେମ୍ବର ପହିଲାରୁ ଏହାକୁ କଡାକଡି କାର୍ୟ୍ୟକାରୀ କରିବା ପାଇଁ ବ୍ୟବସ୍ଥା ଗ୍ରହଣ କଲେ। କିନ୍ତୁ ଏହା ଏବେ ପ୍ରହସନରେ ପରିଣତ ହୋଇଛି। ପର୍ୟ୍ୟଟକ ମାନେ ନନ୍ଦନକାନନ ଭିତରକୁ କୌଣସି ପ୍ଲାଷ୍ଟିକ ବୋତଲ, ଜରି ବା ଅନ୍ୟ ସାମଗ୍ରୀ ନେଇପାରିବେ ନାହିଁ। ଏଥିପାଇଁ ଏକ ସ୍ୱତନ୍ତ୍ର ଜରିମୁଣ୍ଡା କାଉଣ୍ଟରର ଖୋଲାଯାଇ ପ୍ଲାଷ୍ଟିକ ପାଣି ବୋତଲରେ ନନ୍ଦନକାନନ ଲୋଗଥିବା ବୋତଲ ରିସେଲ ଟୋକନ ନମ୍ବର ଲେଖା ଷ୍ଟିକର ପାଣି ବୋତଲରେ ମରାଯାଉଛି। ଏଥିପାଇଁ ୫୦ଟଙ୍କା ଦାଖଲ କରିବାକୁ ପଡିବ ଓ ବୋତଲ ଫେରସ୍ତ କଲେ ୫୦ଟଙ୍କା ଫେରସ୍ତ ପାଇବେ। ଅନ୍ୟ ପଟେ ନନ୍ଦନକାନନ ପରିସର ମଧ୍ୟରେ ଥିବା ଓଟିଡିସି ପରିଚାଳିତ ରେଷ୍ଟୁରାଣ୍ଟ ଓ କ୍ୟାଣ୍ଟିନ ଏବଂ ଟେଣ୍ଡର ଜରିଆରେ ବିଭିନ୍ନ ସାମଗ୍ରୀ ବିକ୍ରି କରୁଥିବା ଦୋକାନୀ ଅବାଧରେ ପ୍ଲାଷ୍ଟିକ ପାନୀୟ ଜଳ ବୋତଲ ବିକ୍ରିକରୁଛନ୍ତି। ଏହି ପ୍ଲାଷ୍ଟିକ ପାନୀୟ ଜଳ ବୋତଲ ପର୍ୟ୍ୟଟକମାନେ ବ୍ୟବହାରର ପରେ ଏଣେ ତେଣେ ଫିଙ୍ଗୁଛନ୍ତି। ଏହି ବ୍ୟବସ୍ଥା ନେଇ ପର୍ୟ୍ୟଟକମାନଙକ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। କର୍ତ୍ତୃପକ୍ଷଙ୍କର ଏଭଳି ନୀତି ଫଳରେ ପ୍ଲାଷ୍ଟିକ ମୁକ୍ତ ଅଞ୍ଚଳ କେବଳ ଲୋକଦେଖାଣିଆ ବ୍ୟବସ୍ଥା ବୋଲି ଅନେକ ମତ ଦେଇଛନ୍ତି। ଏ ବିଷୟରେ ନନ୍ଦନକାନନ ଉପନିର୍ଦ୍ଦେଶକ ଜୟନ୍ତ କୁମାର ଦାସଙ୍କୁ ପଚାରିବାରୁ ସେ କହିଲେ ପର୍ୟ୍ୟଟକମାନଙ୍କ ଅସନ୍ତୋଷ ଆମ ନଜରକୁ ଆସିଛି। ଭବିଷ୍ୟତରେ ଆମେ ପଦକ୍ଷେପ ଗ୍ରହଣ କରିବୁ।

Comments are closed.