ନୂଆବର୍ଷରେ ପର୍ଯ୍ୟଟକଙ୍କୁ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ଉପହାର ଭେଟି, ଆସିଲେ ୨ ପ୍ରଜାତିର ୨୬ ପକ୍ଷୀ

ନନ୍ଦନକାନନ: ପାଖେଇ ଆସୁଛି ବର୍ଷ ୨୦୨୦। ନୂଆ ବର୍ଷରେ ପର୍ଯ୍ୟଟକଙ୍କୁ ନୂଆ କିଛି ଉପହାର ଭେଟି ଦେବାପାଇଁ ନନ୍ଦନକାନନ କର୍ତ୍ତୃପକ୍ଷ ନୂତନ ପଶୁପକ୍ଷୀ ଆଣିବା ପ୍ରୟାସ ଆରମ୍ଭ କରିଛନ୍ତି।
ଏହି ପରିପେକ୍ଷୀରେ ଏଠାକୁ ୨ ପ୍ରଜାତିର ୭ ହଳ ଏଲୋସାଇଟଟ୍‍ କନୁର ଓ ୬ହଳ ପାଇନ୍‍ ଆପୁଲ କନୁର ପକ୍ଷୀ ଗୁରୁବାର ପୂର୍ବାହ୍ନରେ ଆସିଛନ୍ତି। କଟକର ଏକ ଘରୋଇ ସଂସ୍ଥାରୁ ଏହି ପକ୍ଷୀ ଗୁଡିକୁ କ୍ରୟ କରାଯାଇ ଅଣାଯାଇଛି। ଏଥିପାଇଁ ସାଢ଼େ ୩ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହୋଇଛି ବୋଲି ନନ୍ଦନକାନନ କ୍ୟୁରେଟର ଅଞ୍ଜନ କୁମାରର ମହାନ୍ତି କହିଛନ୍ତି। ଏମାନଙ୍କୁ ନନ୍ଦନକାନନ ଡାକ୍ତରଖାନାରେ ବରିଷ୍ଠ ବନ୍ୟପ୍ରାଣୀ ଚିକିତ୍ସକ ଡାକ୍ତର ଆଲୋକ କୁମାର ଦାସ ପ୍ରାଥମିକ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ପାଦଚଲା ବିହଙ୍ଗ ସାରଣୀର ସ୍ୱତନ୍ତ୍ର ଖୁଆଡରେ ରଖାଯାଇଛି। ଏହି ବିରଳ ପ୍ରଜାତିର ପାଇନ ଆପୁଲ କନୁର ନନ୍ଦନକାନନରେ ଗୋଟିଏ ଥିଲା। ଆଗକୁ ଏହି ୨ ପ୍ରଜାତିର ପକ୍ଷୀ ଆଉ ୧୨ହଳ ଆସିବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

Comments are closed.