ନନ୍ଦନକାନନରେ ପୁଣି ଏକ ହଳଦିଆ ଆନାକୋଣ୍ଡା ଗୁରୁତର

ନନ୍ଦନକାନନ : ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୪୫ ‘କ’ ଖୁଆଡ ମଧ୍ୟରେ ରହିଥିବା ପୁଣି ଏକ ମାଈ ହଳଦିଆ ଆନାକୋଣ୍ଡା ଗୁରୁତର ହୋଇଛି। ସାପଟି ରକ୍ତଝାଡାରେ ପୀଡିତ ଥିବା ସହ ଥଣ୍ଡାରେ ଆକ୍ରାନ୍ତ ହୋଇଛି। ଗତ ଅକ୍ଟୋବର ମାସ ୨୮ ତାରିଖରେ ୨ଟି ମୃତ୍ୟୁ ହୋଇଥିଲା। ସମସ୍ତ ମୃତ ଓ ଅସୁସ୍ଥଙ୍କଠାରେ ସମାନ ଲକ୍ଷଣ ଦେଖାଯାଇଥିବାରୁ କର୍ତ୍ତୃପକ୍ଷ ଚିନ୍ତାରେ ଅଛନ୍ତି। ନନ୍ଦନକାନନକୁ ଗତ ଅକ୍ଟୋବର ମାସ ୨୨ ତାରିଖରେ ଚେନ୍ନଇ ସ୍ଥିତ କ୍ରୋକଡାଇଲ ବ୍ୟାଙ୍କ ଅଫ୍‍ ଟ୍ରଷ୍ଟରୁ ୮ଟି ହଳଦିଆ ଆନାକୋଣ୍ଡାଙ୍କୁ ଅଣାଯାଇଥିଲା ବର୍ତ୍ତମାନ ୬ଟି ଅଛନ୍ତି।

Comments are closed.