ନନ୍ଦନକାନନରେ ଦୁଇ ନୂଆ ଅତିଥି

0

ଭୁବନେଶ୍ୱର: ଶନିବାର ନନ୍ଦନକାନନକୁ ଦୁଇ ଜଣ ନୂଆ ଅତିଥି ଆସିଛନ୍ତି । ବାଘୁଣୀ ରେଣୁକା ୨ଟି ବିରଳ କଳା ବାଘଛୁଆଙ୍କୁ ଜନ୍ମ ଦେଇଛି । ଶନିବାର ଭୋର ୩ଟା ୪୦ ମିନିଟ୍‌ରେ ରେଣୁକା ତାର ପ୍ରଥମ ଶାବକଟିକୁ ଜନ୍ମ ଦେଇଥିଲା ଓ ପରେ ମଧ୍ୟାହ୍ନରେ ଦ୍ୱିତୀୟ ଶାବକକୁ ଜନ୍ମ ଦେଇଥିବା ସିସିଟିଭି ଫୁଟେଜ୍‌ରୁ ଜଣାଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା ଶାବକଦ୍ୱୟଙ୍କ ଲିଙ୍ଗ ନିର୍ଣ୍ଣୟ କରାଯାଇନାହିଁ । ଏମାନଙ୍କୁ ମିଶାଇ ନନ୍ଦନକାନନରେ ବାଘ ସଂଖ୍ୟା ୨୮କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ୧୫ଟି ସ୍ୱାଭାବିକ ବାଘ ରହିଥିବା ବେଳେ ୯ଟି ଧଳାବାଘ ଓ ୪ଟି କଳାବାଘ ଅଛନ୍ତି।

Leave A Reply