ବିଶିଷ୍ଟ କାହାଣୀକାର ଓ ସଂଳାପକାର ନନ୍ଦଲାଲ ମହାପାତ୍ରଙ୍କ ପରଲୋକ

ଭୁବନେଶ୍ବର: ବିଶିଷ୍ଟ କାହାଣୀକାର ଓ ସଂଳାପକାର ନନ୍ଦଲାଲ ମହାପାତ୍ରଙ୍କ ପରଲୋକ ଘଟିଛି। ରବିବାର ୭୫ ବୟସରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି। ତାଙ୍କ ମୃତ୍ୟୁ ଖବର ପାଇ ଓଡ଼ିଆ ଧାରାବାହିକ ଓ ଚଳଚ୍ଚିତ୍ର ଜଗତର ଅନେକ କଳାକାର ଶୋକ ପ୍ରକାଶ କରିବା ସହ ଏହା ଓଲିଉଡ଼୍‌ ଶିଳ୍ପ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି।

ତାଙ୍କ ଶେଷ ସିନେମା ଥିଲା ‘ଗାଁର ନାଁ ଗାଲୁଆପୁର’। ‘ନୀରବ ଝଡ଼,’ ‘କ୍ଲାନ୍ତ ଅପରାହ୍ନ’, ‘ଭିଜା ମାଟିର ସ୍ଵର୍ଗ’, ‘ମଝି ପାହାଚ’ ଆଦି ଅନେକ ସିନେମାର କାହାଣୀ ଓ ସଂଳାପ ଲେଖିଥିଲେ ନନ୍ଦଲାଲ।

Comments are closed.