ଉନ୍ନତ ଚିକିତ୍ସା ପାଇଁ ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି “ସମ୍” ହସ୍ପିଟାଲ ସ୍ଥାନାନ୍ତର

ଯାଜପୁର :  ପଦ୍ମଶ୍ରୀ  ନନ୍ଦ କିଶୋର ପୃଷ୍ଟି ଗତ ୩୦ ତାରିଖରେ ଅସୁସ୍ଥ ହେବା ପରେ  ତାଙ୍କୁ ପ୍ରଥମେ ଯାଜପୁର ରୋଡ ଏରିଆ ମେଡିକାଲରେ ଚିକିତ୍ସା ପାଇଁ ଭର୍ତି  କରାଯାଇଥିଲା।  ତେବେ ତାଙ୍କର କୋଭିଡ ପଜିଟିଭ୍ ଚିହ୍ନଟ ହେବା ପରେ ଟାଟା କୋଭିଡ ହସ୍ପିଟାଲ, ଡୁବୁରୀରେ ଚିକିତ୍ସା କରାଯାଉଥିଲା । ବୟସାଧିକ କାରଣ ଓ ସ୍ୱାସ୍ଥ୍ୟଗତ ଜଟିଳତା ପାଇଁ ଉନ୍ନତ ଚିକିତ୍ସା ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦ୍ମଶ୍ରୀ ପୃଷ୍ଟିଙ୍କୁ ଭୁବନେଶ୍ୱର ସ୍ଥିତ “ସମ୍” ହସ୍ପିଟାଲକୁ ଶନିବାର ସ୍ଥାନାନ୍ତର କରାଯାଇଛି । ତାଙ୍କୁ ଚିକିତ୍ସା କରୁଥିବା ଡା. ସ୍ମୃତି ରଂଜନ ମୁଦୁଲି ଓ ଟାଟା ମେଡିକାଲର ଅଧିକ୍ଷକ ଡା. ସୁଧାଂଶୁ ଶେଖର ସୂତାରଙ୍କ ପରାମର୍ଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକଙ୍କ ଉପସ୍ଥିତିରେ ଏକ ଆଡାଭାନ୍ସ ଲାଇପଂ ସପୋର୍ଟ ଆମ୍ୱୁଲାନ୍ସ ମାଧ୍ୟମରେ ପଦ୍ମଶ୍ରୀ ପୃଷ୍ଟିଙ୍କୁ “ସମ୍” ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଏହି ସ୍ଥାନାନ୍ତର ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ରବି ନାରାୟଣ ବାରିକ, ଏ.ଡି.ଏମ୍.ଓ. ଡା. ସୁଧାଂଶୁ ଶେଖର ବଳ, ପଦ୍ମଶ୍ରୀ ପୃଷ୍ଟିଙ୍କ ନାତି ସର୍ବେଶ୍ୱର ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ ।  ଜିଲ୍ଲା ପ୍ରଶାସନ ପକ୍ଷରୁ ପଦ୍ମଶ୍ରୀ ପୃଷ୍ଟି ଙ୍କର ଦ୍ରୁତ ଆରୋଗ୍ୟ କାମନା କରାଯାଇଛି।

Comments are closed.