ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍‌

ଭୁବନେଶ୍ୱର- ପଦ୍ମଶ୍ରୀ ନନ୍ଦ ସାର୍‌ ଇହଲୀଳା ସମ୍ବରଣ କରିଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବାରୁ ଗତ କିଛିଦିନ ଧରି ତାଙ୍କୁ ଯାଜପୁର ଡୁବୁରୀସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରାଯାଇଥିଲା । ପରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ଅଧିକ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଥିଲା । ୧୦୪ ବର୍ଷ ବୟସରେ ନନ୍ଦ ସାରଙ୍କ ପରଲୋକ ହୋଇଛି ।

ନନ୍ଦସାରଙ୍କ ନିକଟରେ କୋଭିଡ୍‌ ଲକ୍ଷଣ ପ୍ରକାଶ ପାଇଥିଲା। ତାଙ୍କୁ କୋଭିଡ୍‌ ହସ୍‌ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଗତ ୭୫ ବର୍ଷ ଧରି ସେ ନିରବିଚ୍ଛିନ୍ନ ଭାବେ ଗାଁର ଶିଶୁମାନଙ୍କୁ ଚାଟଶାଳୀରେ ବିନା ପାରିଶ୍ରମିକରେ ପାଠ ପଢାଉଥିଲେ । ଗତ ନଭେମ୍ବର ମାସରେ ରାଷ୍ଟ୍ରପତି ତାଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିଥିଲେ । ଏହି ସମୟରେ ସେ ରାଷ୍ଟ୍ରପତିଙ୍କୁ ଆଶୀର୍ବାଦ ପ୍ରଦାନର ଫଟୋ ବେଶ୍‌ ଭାଇରାଲ୍ ହୋଇଥିଲା ।

 

ନନ୍ଦ ସାର୍‌ଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀଙ୍କ ସହ ଅନେକ ମାନ୍ୟଗଣ୍ୟ ବକ୍ତି ଶୋକ ବ୍ୟକ୍ତ କରିଛନ୍ତି ।

Comments are closed.