ବାପାଙ୍କ ଠେଙ୍ଗା ମାଡ଼ରେ ପୁଅର ଗଲା ଜୀବନ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ଖାତିଗୁଡା ଥାନା ଅନ୍ତର୍ଗତ ଗୋଡିଗାଁ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ଏହି ଗ୍ରାମରେ ମଦ୍ୟପ ବାପାଙ୍କ ଠେଙ୍ଗା ମାଡ଼ରେ ପୁଅର ଜୀବନ ଚାଲି ଯାଇଛି। ଗତ ରାତିରେ ମଦ୍ୟପ ବାପା ପୁଅଙ୍କ ମଧ୍ୟରେ ପାରିବାରିକ କଳହକୁ ନେଇ ଗୋଣ୍ଡଗୋଳ ହୋଇଥିଲା। ଉତ୍ତ୍ୟକ୍ତ ବାପା ପୁଅକୁ ଏକ ଠେଙ୍ଗା ସାହାଯ୍ୟରେ ଆକ୍ରମଣ କରିଥିଲେ। ଫଳରେ ବାପାଙ୍କ ଠେଙ୍ଗା ମାଡ଼ରେ ପୁଅ କୃଷ୍ଣ ମାଝୀ(୩୦)ଙ୍କ ମୃତ୍ୟୁ ହୋଇଥିଲା। ହତ୍ୟାକାରୀ ପିତା ମାଧବ ମାଝୀ ଖାତିଗୁଡା ପୋଲିସ ଥାନାରେ ଆତ୍ମ ସମର୍ପଣ କରିଥିଲା। ଘଟଣାସ୍ଥଳରେ ଖାତିଗୁଡା ପୋଲିସ ପହଞ୍ଚି ମୃତ ଶବକୁ ଜବତ କରିଥିଲେ। ଏହି ଘଟଣାରେ ଏକ ମାମଲା ରୁଜୁ ସାଙ୍ଗକୁ ପୁଲିସ ତଦନ୍ତ ଆରମ୍ଭ କରିଛି ଏବଂ ହତ୍ୟାକାରୀ ବାପାକୁ ଅଟକ ରଖିଛି।

Comments are closed.